ବିକ୍ରମକୁ ଠାବ କରିପାରିଲାନି ନାସା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମକୁ ଠାବ କରିବାରେ ନାସା ବିଫଳ ହୋଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଅର୍ବିଟର LRO ଲାଣ୍ଡର ବିକ୍ରମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଠାବ କରିପାରିନାହିଁ।

ଲାଣ୍ଡର ବିକ୍ରମର ଅବତରଣ ସ୍ଥାନ ଦେଇ ନାସାର ଅର୍ବିଟର ଅତିକ୍ରମ କରିଥିବାବେଳେ ଏହାର ଠାବ କରଯାଇପାରିନାହିଁ। ଗତ ସେପ୍ଟେମ୍ବର ୭ ତାରିଖରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।

ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ ସାମାନ୍ୟ ତ୍ରୁଟି ଯୋଗୁ ସମ୍ପର୍କ ଛିନ୍ନ ହୋଇଥିଲା। ପୁଣିଥରେ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ ଲାଗି ଇସ୍ରୋ ଉଦ୍ୟମ ଜାରି ରଖିଛି। ତେବେ ଚନ୍ଦ୍ରପୃଷ୍ଠରେ ହିଁ ବିକ୍ରମ ରହିଛି। ଅର୍ବିଟର ପୂର୍ବରୁ ଥର୍ମାଲ ଫଟୋ ଇସ୍ରୋକୁ ପଠାଇଛି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like