ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି

ଥେନିରେ ଦଳୀୟ ପ୍ରାର୍ଥୀଙ୍କ ଲାଗି କଲେ ପ୍ରଚାର

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ବିଜେପି ଏଥର ଶାସକ ଏଆଇଏଡିଏମକେ ସହ ମେଣ୍ଟ କରିଛି। ସେପଟେ ଡିଏମ୍‌କେ-କଂଗ୍ରେସ ମଧ୍ୟରେ ମଧ୍ୟ ନିର୍ବାଚନୀ ବୁଝାମଣା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ତାମିଲନାଡ଼ୁ ରହିଥିବା ବେଳେ ଆଜି ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ  ପ୍ରଚାର କରିଛନ୍ତି। ତାମିଲନାଡ଼ୁର ଥେନିରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ ଡିଏମକେକୁ ଭର୍ସନା କରିବା ସହ ମଜବୁର ନୁହେଁ ମଜଭୂତ ସରକାର ଗଠନ କରିବା ପାଇଁ ବିଜେପିକୁ ଭୋଟ୍‌ ଦେବାକୁ ସେ ଅପିଲ୍ କରିଛନ୍ତି।

You might also like