୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଆଜି ୭୫ ଟଙ୍କା ମୂଲ୍ୟର ଏକ ସ୍ମରଣୀୟ ମୁଦ୍ରା ଲଞ୍ଚ କରିଛନ୍ତି।  ମିଳିତ ଜାତିସଂଘ ଖାଦ୍ୟ ଏବଂ କୃଷି ସଂଗଠନ [FAO] ର ୭୫ ତମ ବାର୍ଷିକୀ ପାଳନ ଅବସରରେ ଏହି ମୁଦ୍ରା ଲଞ୍ଚ କରାଯାଇଛି।

ପ୍ରଧାନମନ୍ତ୍ରୀ  ଏକ ୱେବ୍ ଟେଲିକାଷ୍ଟ ମାଧ୍ୟମରେ 17 ଟି ନୂତନ ବାୟୋଫୋର୍ଟିଫାଇଡ୍ ଫସଲ କିସମ ମଧ୍ୟ  ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସର୍ବନିମ୍ନ ସହାୟତା ମୂଲ୍ୟ[MSP]ରେ କୃଷି ଫସଲ କ୍ରୟ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ସାରା ବିଶ୍ୱରେ କରୋନା ମହାମାରୀ ଭୟ ଲାଗି ରହିଥିବାବେଳେ ଦେଶରେ ପୁଷ୍ଟିହୀନତାକୁ ଦୂର କରିବା ପାଇଁ କେନ୍ଦ୍ର ମିଲେଟ ଏବଂ ଉଚ୍ଚ ପୁଷ୍ଟିକର ଶସ୍ୟକୁ ପ୍ରୋତ୍ସାହିତ କରୁଛି। ସେହିପରି ମଣ୍ଡି  ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି ବୋଲି ମୋଦି କହିଥିଲେ। 

ଏହା ସହିତ ୬ ବର୍ଷ ମଧ୍ୟରେ ଏଗ୍ରିକଲ୍‌ଚର ପ୍ରଡ୍ୟୁଷ ମାର୍କେଟିଂ କମିଟି (APMCs)ର ଭିତ୍ତିଭୂମି ସବିଧା ପାଇଁ ସରକାର ବିନିଯୋଗ ବୃଦ୍ଧି କରିଛନ୍ତି। ଦେଶର କୃଷି ବୈଜ୍ଞାନିକ, ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ଦେଶର କୁପୋଷଣ ଦୂର କରିବା ପାଇଁ ଏମାନେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।

 

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like