ସେପ୍ଟେମ୍ୱର ୨୭ରେ ମୁହାଁମୁହିଁ ହୋଇପାରନ୍ତି ମୋଦି-ଇମ୍ରାନ୍ !

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେଇପାରନ୍ତି। ଏହି ବୈଠକରେ ମୋଦି କାଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶ ସହ ଉଚ୍ଚ ସ୍ତରୀୟ ବୈଠକ କରିପାରନ୍ତି। ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁଏନଜିଏରେ ଉଦ୍‌ବୋଧନ ଦେଇଥିଲେ। ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ୟୁଏନଜିଏରେ ଦ୍ୱିତୀୟ ଥର ପାଇଁ ଉଦ୍‌ବୋଧନ ଦେଇପାରନ୍ତି।

ଜାତିସଂଘରେ ସେପ୍ଚେମ୍ୱରରୁ ୨୪ରୁ  ସେପ୍ଚେମ୍ୱର ୩୦ ମଧ୍ୟରେ ସାଧାରଣ ବିତର୍କ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଚେମ୍ୱର ୨୪ରେ ଉଦ୍‌ବୋଧନ ଦେଇ ପାରନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇପାରନ୍ତି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଏହି ବୈଠକ ମାଧ୍ୟମରେ ଅନ୍ୟ ରାଷ୍ଟ୍ର ସାମ୍ନାରେ ନିଜର ମତ ରଖିପାରେ ପାକିସ୍ତାନ।

 

ସୂଚନାଯୋଗ୍ୟ, ୨୦୧୬ରେ ବୈଦେଶିକ ମନ୍ତ୍ରୀ ଥିବା ବେଳେ ସ୍ୱର୍ଗତ ସୁଷମା ସ୍ୱରାଜ ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗରେ କଡ଼ା ଅଭିଭାଷଣ ରଖିଥିଲେ। ଯାହାକି ପାକିସ୍ତାନର ମୁହଁ ବନ୍ଦ କରି ଦେଇଥିଲା। ସେତେବେଳେ ସୁଷମାଙ୍କ ଅଭିଭାଷଣକୁ ବିରୋଧୀ ଦଳ ମଧ୍ୟ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like