ଆର୍ଜେଣ୍ଟିନାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ

ଅାର୍ଜେଣ୍ଟିନା : ଜାପାନ ଓ ଅାମେରିକା ସହ ଭାରତର ସମ୍ପର୍କ ଅଧିକ ସୁଦୃଢ଼ ହେଉଛି। ଅାଗକୁ ମଧ୍ୟ ଏହି ସମ୍ପର୍କ ଅାଗକୁ ବଢ଼ିବ। ଅାର୍ଜେଣ୍ଟିନାରେ ଅାୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ତ୍ରି-ପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ପିଏମ୍ ‘ଜୟ’ର କଥା କହିଛନ୍ତି। ଜୟ ଅର୍ଥାତ ଜାପାନ-ଅାମେରିକା ଓ ଇଣ୍ଡିଅା  ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନ ରାଷ୍ଟ୍ରପତି ସିଞ୍ଜୋ ଅାବେ ଏବଂ ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିଭଳି ଏହି ଶିଖର ସମ୍ମିଳନୀରେ ଅାର୍ଥିକ ପଳାତକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ରଙ୍କୁ ଅାହ୍ୱାନ ଦେଇଛନ୍ତି ପିଏମ୍ ମୋଦି। ଭାରତ ପକ୍ଷରୁ ଏଭଳି ଅାର୍ଥିକ ଅପରାଧ ରୋକିବା ପାଇଁ ୯ ସୂତ୍ରୀ କାର୍ଯ୍ୟକ୍ରମ ସମ୍ବଳିତ ଏକ ଚିଠା ମଧ୍ୟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

 

You might also like