ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
Happy new year 2021 : ନବବର୍ଷ ସୁସ୍ଥ, ଆନନ୍ଦ ଓ ସମୃଦ୍ଧିର ବର୍ଷ ହେଉ
ନୂଆଦିଲ୍ଲୀ : ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦ । ବଦଳିଯାଇଛି କ୍ୟାଲେଣ୍ଡର । କରୋନାର କଷଣ ଭିତରେ ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ନବବର୍ଷ ୨୦୨୧ । ଆଉ ଅନେକ ଖୁସି, ଉନ୍ମାଦନା ନେଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ଲୋକେ । ତେବେ ଆଜି ନବବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୧, ସୁସ୍ଥ, ଆନନ୍ଦ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କାମନା କରିଛନ୍ତି । ଚଳିତ ବର୍ଷଟି ସମସ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁ ।
Wishing you a happy 2021!
May this year bring good health, joy and prosperity.
May the spirit of hope and wellness prevail.
— Narendra Modi (@narendramodi) January 1, 2021
ସେହିପରି ଦେଶବାସୀଙ୍କୁ ନବବର୍ଷର ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଲେଖିଛନ୍ତି, ସମସ୍ତଙ୍କୁ ହାର୍ଦ୍ଦିକ ବଧେଇ ଓ ଶୁଭକାମନା । କୋଭିଡ-୧୯ ପାଇଁ ଦେଖାଦେଇଥିବା ଚ୍ୟାଲେଞ୍ଜ ଦେଶବାସୀଙ୍କ ମନରେ ନୂଆ ଶକ୍ତି ଆଣିଦଇଛି । ନବବର୍ଷରେ ପ୍ରତିଜ୍ଞାବଦ୍ଧ ହୋଇ ଆମେ ଆହୁରି ଆଗକୁ ବଢ଼ିବା । ନୂଆ ବର୍ଷ ଏକ ନୂଆ ଆରମ୍ଭ କରିବାର ସୁଯୋଗ ହୋଇଥାଏ ଏବଂ ବ୍ୟକ୍ତିଗତ ଓ ସାମୂହିକ ବିକାଶର ସଂକଳ୍ପକୁ ଶକ୍ତି ଦେଇଥାଏ । ଉନ୍ନତ ସମାଜ ଗଠନ ପାଇଁ ସମସ୍ତେ ଏକାଠି ହୋଇ ଦେଶର ବିକାଶ ଲାଗି କାମ କରିବା ।
ରାଷ୍ଟ୍ରପତି ଆଉ ଏକ ଟ୍ୱିଟ୍ କରି କହିଛନ୍ତି, ଆସନ୍ତୁ ଆମେ ସମସ୍ତେ ମିଶି ପ୍ରେମ ଓ କରୁଣାର ଭାବନାରେ ଏକ ଏଭଳି ସମାଜ ଗଠନ କରିବା, ଯେଉଁଠାରେ ଶାନ୍ତି ଓ ସଦଭାବନାକୁ ଅଗ୍ରାଧିକାର ମିଳିବ । ମୋର ଏତିକି କାମନା ଯେ ଆପଣ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିବା ସହ ନୂଆ ଶକ୍ତି ଉଜାଗର କରି ଦେଶର ପ୍ରଗତିରେ ହାତ ବଢ଼ାନ୍ତୁ ।
आइए, हम सब मिलकर प्रेम और करुणा की भावना से एक ऐसा समावेशी समाज बनाने की दिशा में काम करें जहां शांति और सद्भाव को बढ़ावा मिले।
मेरी कामना है कि आप सभी स्वस्थ एवं सुरक्षित रहें और नई ऊर्जा के साथ हमारे देश की प्रगति के साझा लक्ष्य को प्राप्त करने के लिए आगे बढ़ें।
— President of India (@rashtrapatibhvn) January 1, 2021
ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ମଧ୍ୟ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଏବଂ କହିଛନ୍ତି, ନୂଆ ବର୍ଷ ହେଉଛି ଏକ ଉତ୍ସବ ଯାହାକୁ ଆମେ ସମସ୍ତେ ଚାହିଁ ରହିଥାଉ । ଏହା ଏକ ଘଟଣା ଯାହା ଆମର ଆଶାବାଦୀ ହେବାର ଉତ୍ସାହ, ଜିଜ୍ଞାସା ଏବଂ ସୌଜନ୍ୟକୁ ଦୃଢ କରିଥାଏ । ଏହି ଆଶାର ସମ୍ଭାବନା ସହିତ ନୂଆ ବର୍ଷକୁ ସ୍ୱାଗତ କରିବା, ଯେହେତୁ ଆମେ ଏକ ବର୍ଷକୁ ବିଦାୟ ଦେଉଛୁ ଯାହା ସାମ୍ପ୍ରତିକ ସ୍ମୃତିର ଅନ୍ୟତମ ଘାତକ ମହାମାରୀ ମାଧ୍ୟମରେ ଆମକୁ ଅନେକ ଶିକ୍ଷା ଦେଇଛି ।
ସେହିପରି ନୂଆବର୍ଷରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ କୃପାରୁ ୨୦୨୧ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
ନୂତନ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।
Wish all of you a very #HappyNewYear and wish everyone’s lives are filled with hope, peace and prosperity in the new year of 2021.#JaiJagannatha pic.twitter.com/AeoTp3Zncv— Naveen Patnaik (@Naveen_Odisha) January 1, 2021
ସେହିପରି ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କାମନା କରିଛନ୍ତି ପୋଲିସ ଡିଜି ଅଭୟ ଅନ୍ୟପଟେ ଚଳିତ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।