• translate
Prangyan Parimita
  • ୭୫ ବର୍ଷିୟ ଜେଜେମା’ଙ୍କ ଜୋରଦାର ପଞ୍ଚ
  • ପର୍କିସନସ ରୋଗକୁ ମାତ ଦେବାକୁ ୬ ବର୍ଷ ଧରି ବକ୍ସିଂ କରୁଛନ୍ତି ନାନ୍ସି ଷ୍ଟ୍ରେଟନ୍
  • ବୟସ୍କ ମହିଳାଙ୍କୁ ବକ୍ସିଂ ରିଙ୍ଗରେ ଦେଖି ହତବାକ୍ ଦେଖଣାହାରୀ

ଚମ ଧୁଡ଼ୁ ଧୁଡ଼ୁ କରୁଛି। ଆଖି ଭିତରକୁ ପଶିଯାଇଛି। ତଥାପି ବକ୍ସିଂ ରିଙ୍ଗରେ ଜୋରଦାର ପଞ୍ଚ କରି ଯୁବକଙ୍କୁ ଘାଇଲା  କରୁଛନ୍ତି ୭୫ ବର୍ଷିୟ  ନାନ୍ସି ଷ୍ଟ୍ରେଟନ୍। ଏ ବୟସରେ କେହି କେହି ଚଲାବୁଲା କରିବା କଷ୍ଟକର ହୋଇପଡ଼ୁଥିବେ ବେଳେ ସେ ଯେପରି ବକ୍ସିଂ କରୁଛନ୍ତି ଆଖିକୁ ବିଶ୍ୱାସି ହେଉନି। ନାନ୍ସି ପର୍କିସନସ ରୋଗରେ ପୀଡ଼ିତ ।  ତେବେ ବକ୍ସିଂ ପଞ୍ଚ ସାହାଯ୍ୟରେ ସେହି ରୋଗରୁ ଉପଶମ ମିଳିବା କଥା ଜାଣିବା ପରେ ରିଂକୁ ଓହ୍ଲାଇଥିଲେ ଆଇମା’ । ସେ ବିଗତ ୬ ବର୍ଷ ଧରି ବକ୍ସିଂ ରିଙ୍ଗରେ ନିଜର ଜଲସ୍ୱା ଦେଖାଉଛନ୍ତି।

ସାଇନିଂ ଗ୍ଲୋବସ ଓ ପର୍ପଲ ରଙ୍ଗଳ ସ୍ନିକର ପିନ୍ଧି ଯେ ଯେବେ ବକ୍ସି ରିଙ୍ଗକୁ ଓହ୍ଲାଇନ୍ତି, ଦେଖଣାହାରୀ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ତୁର୍କ ନିବାସୀ ନାନ୍ସି ସପ୍ତାହରେ ତିନି ଦିନ ବକ୍ସି ରିଙ୍ଗକୁ ଆସନ୍ତି। ବକ୍ସି କଲେ ସୁଦ୍ଧା ପର୍କିସନସ  ରୋଗର ସମ୍ପୂର୍ଣ୍ଣ ନିରୋଗ ହେବାର ସମ୍ଭାବନା ନାହିଁ, କିନ୍ତୁ କିଛି ମାତ୍ରାରେ ତାହାର ପ୍ରଭାବ କମିଯାଇଥାଏ। ଯନ୍ତ୍ରଣା କମ ହେବା ସହ ଏବେ ଜୀବନକୁ ନୂଆ ରୂପରେ ଦେଖୁଛନ୍ତି ନାନ୍ସି।

ତେବେ ପ୍ରଥମ ଥର ବକ୍ସି ରିଙ୍ଗକୁ ଆସିବାର ଅନୁଭବ ବଖାଣିଛନ୍ତି ନାନ୍ସି। ସେ ଯେତେବେଳେ ରିଙ୍ଗକୁ ଓହ୍ଲାଇଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଥିଲେ । କାରଣ ଦାନ୍ତ ନଥିବା ତଥା ଏତେ ବୟସ୍କ ମହିଳାଙ୍କୁ ରିଙ୍ଗକୁ ଓହ୍ଲାଇବା କେହି ଦେଖିନଥିଲେ ବୋଧହୁଏ। କିଏ ସମାଲୋଚନା କରିଥିଲା ତ ଆଉ କିଏ ପୁଣି ଉତ୍ସାହିତ କରିଥିଲା। ଏହା ପୂର୍ବରୁ ତାଙ୍କ ବୟସର କୌଣସି ମହିଳା ବକ୍ସିଂ କରିବାର ଦେଖାବାକୁ ମିଳିନଥିଲା।

ଇସ୍ତାନବୁଲର ହସ୍ପିଟାଲର ସ୍ନାୟୁବିଜ୍ଞାନୀ ଗେସୁ କାର୍ଲିକାୟାଙ୍କ ଅନୁଯାୟୀ, ପର୍କିସନସ ଉପରେ ହୋଇଥିବା ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି, ବକ୍ସିଂ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପଞ୍ଚ  କଲେ  ପର୍କିସନସର ପ୍ରଭାବ କମ୍ ହୋଇଯାଏ |

Other Stories