ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ନାଗପୁର: ମହଙ୍ଗା ପଡ଼ିଲା ଖଣ୍ଡାରେ ବର୍ଥ ଡେ’ କେକ୍‌ କାଟିବା। ଖଣ୍ଡାରେ କେକ୍‌ କାଟିବା ଅଭିଯୋଗରେ ନାଗପୁର ପୋଲିସ୍‌ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।

ଯୁବକ ଜଣକ ନିଜ ବର୍ଥ ଡେ’ରେ ଖଣ୍ଡା ସାହାଯ୍ୟରେ କେକ୍‌ କାଟିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

ପୋଲିସ୍‌ ସୂଚନା ଅନୁସାରେ, ନିଖିଲ ପଟେଲ୍‌ ନାମକ ଏହି ଯୁବକ ଅକ୍ଟୋବର ୨୧ରେ ନିଜ ବର୍ଥ ଡେ’ ସେଲିବ୍ରେସନ୍‌ କରିଥିଲେ। ସେହିଦିନ ସେ ତାଙ୍କ ସାଙ୍ଗମାନଙ୍କ ଉପସ୍ଥିତିରେ ୪ଟି କେକ୍‌ ଖଣ୍ଡା ସାହାଯ୍ୟରେ କାଟିଥିଲେ।  ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏହା ଜଣାପଡ଼ିବା ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ନିଖିଲଙ୍କ ଘରେ ଛାନ୍‌ଭିନ୍‌ କରି ଖଣ୍ଡା ଜବତ କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

You might also like