ସମୁଦ୍ର କୂଳରୁ ମିଳିଲା ରହସ୍ୟମୟ ଜୀବ, ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ଆଜିକାଲି ବିଶ୍ୱର ଅନେକ ସ୍ଥାନରୁ ରହସ୍ୟମୟ ଜୀବ ଠାବ ହେଉଛି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହେଉଛି। ଆମେରିକାର ଉତ୍ତର କ୍ୟାରୋଲିନାରେ ସମୁଦ୍ର କୂଳରୁ ଏକ ଅଜଣା ସମୁଦ୍ର ଜୀବ ମିଳିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ବିଶେଷଜ୍ଞମାନେ ମଧ୍ୟ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି। ଏହି ରହସ୍ୟମୟ ଜୀବ ସମ୍ପର୍କରେ କାହାକୁ ବି ଜଣାନାହିଁ।

Cape Lookout National Seashore ଏହି ରହସ୍ୟମୟ ଜୀବର ଫଟୋ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଶେଆର କରି ଏହି ଜୀବର ନାଁ କ’ଣ, କେହି ଯଦି ଏହା ଜାଣିଛନ୍ତି ତାହା କହିବା ପାଇଁ କୁହାଯାଇଛି। ଫଟୋ ଶେଆର କରାଯାଇ ପୋଷ୍ଟରେ ଲେଖା ଯାଇଛି, ଏହି ରହସ୍ୟମୟ ଜୀବକୁ ଚିହ୍ନଟ କରିବାରେ ବିଫଳ ହୋଇଛୁ। ତେଣୁ ଏହି ଜୀବ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ସହାୟତା ଲୋଡ଼ା ଯାଇଛି।

ଏହି ରହସ୍ୟମୟ ଜୀବର ଶରୀରରେ ଅନେକ ଆଙ୍ଗୁଠି ଓ ଅଙ୍ଗ ଥିବା ଦେଖିବାକୁ ମିଳିଛି। ଏହା ଏକ  ଛୋଟ ସମୁଦ୍ରୀ ଜୀବ ଓ ଏହାର ରଙ୍ଗ ଧଳା। କିଛିମାସ ପୂର୍ବେ ଏହା ସମୁଦ୍ର କୂଳରୁ ମିଳିଥିଲା ବୋଲି ଜଣାପଡ଼ିଛି। ଯଦିଓ ଏହି ରହସ୍ୟମୟ ଜୀବ ସମ୍ପର୍କରେ କାହାକୁ କିଛିବି ଜଣାନାହିଁ। ହେଲେ ସୋସିଆଲ୍‌ ମିଡିଆରେ ଫଟୋ ଶେଆର ହେବା ପରେ ଏହି ଜୀବର ନାଁ ଅନେକ ଭିନ୍ନ ଭିନ୍ନ କହିଛନ୍ତି।

ଜଣେ ୟୁଜର କହିଛନ୍ତି, ଏହି ଜୀବର ନାଁ Squid egg mass ଓ ଏହାକୁ ପୁଣିଥରେ ସମୁଦ୍ରରେ ଛଡ଼ାଯିବା ଉଚିତ୍‌। ଏହା Squid egg mass, ଯାହାକି ସମୁଦ୍ରୀ ଜୀବ Loliginidae ପ୍ରଜାତିର ବୋଲି ଆଉ ଜଣେ ୟୁଜର କହିଛନ୍ତି।

You might also like