ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମରୁ ଅଞ୍ଚଳରେ ଏକ ରହସ୍ୟମୟ ଧାତୁ ସ୍ତମ୍ଭର ସନ୍ଧାନ ମିଳିଛି । ଖମ୍ବ ଆକୃତିର ଏହି ଧାତୁକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କିଏ କହୁଛି ଏଲିଏନ୍ସ ପୃଥିବୀକୁ ପଳାଇ ଆସିନାହାନ୍ତି ତ ! ସୋଶାଲ ମିଡିଆରେ ମଧ୍ୟ ଏହି ଚିତ୍ର ହଇଚଇ ସୃଷ୍ଟି କରି ଦେଇଛି।

ଏହି ଉଜ୍ଜ୍ଜଳ, ତ୍ରିକୋଣୀୟ ଧାତବ ସ୍ତମ୍ଭକୁ ଦକ୍ଷିଣ ଅଟାଓର ଲାଲ୍‌ ଚଟ୍ଟାଣରେ ପୋତାଯାଇଥିଲା ଯାହାର ଉଚ୍ଚତା ପ୍ରାୟ ୧୨ ଫୁଟ । ଏହାକୁ ସ୍ଥାନୀୟ ଅଧିକାରୀମାନେ ଗତ ବୁଧବାର ଠାବ କରିଛନ୍ତି। ତେବେ ଏହାକୁ କିଏ ରଖିଥିଲା ଏବଂ କାହିଁକି ରଖିଥିଲା ସେ ବିଷୟରେ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ଏଜେନ୍ସି ପକ୍ଷରୁ ସୋମବାର ଏକ ପ୍ରେସ ରିଲିଜ ଜାରି କରି କୁହାଯାଇଛି, ତୁମେ ଯେଉଁଠାରୁ ବି ଆସ ନା କାହିଁକି, ସାର୍ବଜନୀନ ସ୍ଥାନରେ ବିନା ଅନୁମତିରେ ଏପରି କଳାକୃତି ବା ସ୍ତମ୍ଭ ଲଗାଇବା ବେଆଇନ।’

ହଠାତ୍ ଏହ ସ୍ତମ୍ଭଟି ଦୃଶ୍ୟ ହେବା ପରେ ଏହାକୁ ନେଇ ଅନେକ ମତାମତ ଶୁଣିବାକୁ ମିଳୁଛି।  ଏହି ଖବର ଦ୍ରୁତ ଗତିରେ ଭାଇରାଲ ହୋଇଛି। ଅନେକ ଏହା ସହ ସାମଞ୍ଜସ୍ୟ ଥିବା ସ୍ତମ୍ଭର ଉଦାହରଣ ଦଇଛନ୍ତି। ଆଉ କେହି ଏହାକୁ ଅଶୁଭ ସଙ୍କେତ ବୋଲି କହିଛନ୍ତି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର୍ସ ଏହାର ମଜାକ ଉଡ଼ାଇ କହିଛନ୍ତି, । କହିଛନ୍ତି ‘ଏହା ୨୦୨୦ ପାଇଁ ରିସେଟ୍‌ ବଟନ। କେହି ଏହାକୁ ଶିଘ୍ର ପ୍ରେସ୍‌ କରିପାରିବେ ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ ଉପରେ ଲେଖା ଯାଇଛି, କୋଭିଡ ଭାକ୍ସିନ ଭିତରେ ଅଛି।’

ତେବେ ଅଧିକାରୀଙ୍କ ଭୟରେ ଏହି ସ୍ଥାନର ଖୁଲାସା କରିବାକୁ ବାରଣ କରାଯାଇଛି। କାରଣ ଏହା କଲେ ଏଠାରେ ଭିଡ ଅଧିକ ହୋଇଯିବ। ତେବେ ସୋଶାଲ ମିଡିଆରେ ଏହାକୁ ଖୋଜିବା ଆରମ୍ଭ ହୋଇ ଗଲାଣି।

କିଛି ଗବେଷକଙ୍କ କହିବା ଅନୁଯାୟୀ, ଏହାର ସାମଞ୍ଜସ୍ୟ ଆମରିକାର ଜଣେ କଳାକାର ଜନ୍‌ ମେକ୍‌ କ୍ରେକନଙ୍କ ଏକ କଳାକୃତି ସହ ରହିଛି। ଏହି କଳାକାର ନ୍ୟୁ ମେକ୍ସିକୋରେ ରହୁଥିଲେ ଏବଂ ୨୦୧୧ରେ ତାଙ୍କର ମୃତ୍ୟୁ ଘଟିଥିଲା।  ଅନ୍ୟ କେହି କହିଛନ୍ତି, ଏହା ମେକ୍‌ କ୍ରେକନଙ୍କ କଳାକୃତି ନୁହେଁ, ବୋଧହୁଏ କେହି ସାଥୀ କଳାକାର ତାଙ୍କ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହା କରିଛନ୍ତି।

ଅନ୍ୟ ଜଣେ କହିଛନ୍ତି, ଏହି କଳାକୃତି ମେକ୍‌ କ୍ରେକନଙ୍କର ଏବଂ ଏହାର ଅର୍ଥ ସେ ପ୍ରାୟ ଏକ ଦଶକ ଧରି ଏହି ମରୁ ଅଞ୍ଚଳରେ ଥିଲେ।

You might also like