ହଠାତ୍ ବେଙ୍ଗାଲୁରୁରେ ଶୁଣିବାକୁ ମିଳିଲା ଭୟଙ୍କର ଶବ୍ଦ

ବେଙ୍ଗାଲୁରୁ: ଗୋଟିଏପଟେ ସାରା ଦେଶ ମହାମାରୀ କରୋନାର ମୁକାବିଲା କରୁ ଥିବାବେଳେ ଅନ୍ୟପଟେ ବାତ୍ୟା ‘ଅମ୍ପନ’କୁ ନେଇ ଏକ ପ୍ରକାର ବିପଦ ସୃଷ୍ଟି ହୋଇଛି। ଏସବୁ ଭିତରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆଜି ଅପରାହ୍ଣରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। 

ଏହି ଶବ୍ଦ କ’ଣ ଥିଲା ଓ କେଉଁଠୁ ଆସିଲା, ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଶବ୍ଦ ଭୂକମ୍ପ ଯୋଗୁ ସୃଷ୍ଟି ହୋଇ ନ ଥିବା କର୍ଣ୍ଣାଟକର Natural disaster monitoring centre ପକ୍ଷରୁ କୁହାଯାଇଛି ଶବ୍ଦଟି ବହୁତ ଜୋରରେ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି

ସୂଚନା ଅନୁସାରେ, ପାଖାପାଖି ଅପରାହ୍ଣ ସାଢେ ୧ଟା ସମୟରେ ସାରଜାପୁର, କଲ୍ୟାଣ ନଗର, ସେଣ୍ଟ୍ରାଲ ବେଙ୍ଗାଲୁରୁର ଏମଜି ରୋଡ, ମାରାଥାଲ୍ଲୀ, ଏୟାରପୋର୍ଟ ଅଞ୍ଚଳ, ହ୍ବାଇଟଫିଲ୍ଡ ଓ Hebbagodiରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା ଏପରିକି ଆଇଟି ହବ୍ କୁହାଯାଉଥିବା ଇଲେକ୍ଟ୍ରୋନିକ ସିଟିରେ ମଧ୍ୟ ଏହି ଶବ୍ଦ ଶୁଣିବାକୁ ମିଳିଥିଲା

ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ସାମ୍ନାକୁ ଆସି ନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି, ଏହି ଶବ୍ଦ ଯୋଗୁ ଭୂପୃଷ୍ଠରେ ସେମିତି କିଛି ଏହାର ପ୍ରଭାବ ଦେଖିବାକୁ ମିଳିନାହିଁକିନ୍ତୁ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି

You might also like