ସମୁଦ୍ର କୂଳରେ ପଡ଼ି ରହିଛି ରହସ୍ୟମୟ ଜୀବ

ବ୍ରିଟିଶ୍‌ ସମୁଦ୍ର କୂଳରେ ପଡ଼ିଛି ଏକ ରହସ୍ୟମୟ ଜୀବର ଦେହାବଶେଷ। ହି ବିରାଟ ଜୀବକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଜୁଲାଇ ୨୯ ତାରିଖ ଜଣେ ବ୍ୟକ୍ତି ଦେଖିଲେ, ଏନ୍‌ସଡାଲେ ସମୁଦ୍ର କୂଳରେ ଏକ ଶବ ଦେଖିବାକୁ ପାଇଥିଲେ। ଦୀର୍ଘଦିନ ଧରି ପଡ଼ି ରହିଥିବାରୁ ଶବଟିରୁ ଦୁର୍ଗନ୍ଧ ବାହାରୁଥିଲା। ପାଖକୁ ଯାଇ ଯେତେବେଳେ ଦେଖିଲେ ତାଙ୍କର ହୋସ ଉଡିଗଲା।

ଜୀବଟିର ଲମ୍ବ ପ୍ରାୟ ୧୫ ଫୁଟ।  ଜୀବଟିର ଡେଣା ପରି ଏକ ଅଙ୍ଗ ରହିଛି ଯାହାକୁ ଦେଖିଲେ ଖୁବ୍‌ ଅଜୀବ ଲାଗୁଛ । ଜୀବଟିର ସବୁସ୍ଥାନରୁ ହାଡ ବାହାରି ଆସିଛି। ଏଥିସହିତ ଜୀବଟିର ଶରୀରରେ ଅନ୍ୟ ଏକ ଅଂଶ ଲାଗି ରହିଛି ଯେଉଁଥିରୁ ଜଣାପଡ଼ୁଛି, ପ୍ରସବ ସମୟରେ ଏହାର ମୃତ୍ୟୁ ଘଟିଛି।

ଦୀର୍ଘଦିନ ଧରି ବାଲୁକାବେଳାରେ ପଡି ରହି ଶବଟି ପଚିଯାଇଛି। ଖୁବ୍‌ ଦୁର୍ଗନ୍ଧ ହେଉଛି। ଶବ ଉପରେ ବାଲି ମଧ୍ୟ ଚଢି ଯାଇଛି।  ଏହି ବିଚିତ୍ର ଜୀବକୁ ଦେଖିବା ପାଇଁ ଏନ୍‌ସଡାଲେ ସମୁଦ୍ର କୂଳରେ ପ୍ରବଳ ଭିଡ ଲାଗି ରହିଥିବାବେଳେ ସୋଶାଲ ମିଡିଆରେ ଏହାର ଫଟୋ ଖୁବ୍‌ ଭାଇରାଲ ହୋଇଛି।

ଏହି ଫଟୋକୁ ଜୁଲାଇ ୨୯ ତାରିଖରେ ଶେୟାର କରାଯାଇଥିଲା। ବର୍ତ୍ତମାନସୁଦ୍ଧା ୪୦୦ରୁ ଅଧିକ ଶେୟାର ହୋଇଗଲାଣି। ଏହି ଜୀବକୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରି ନାହିଁ। ତେବେ ନାଚୁରାଲ ଇଂଲଣ୍ଡର ବରିଷ୍ଠ ପରାମର୍ଶଦାତାଙ୍କ  କହିବା ଅନୁଯାୟୀ, ଏହା ଏକ ସାମୁଦ୍ରିକ ଜୀବ ହୋଇପାରେ। ସମ୍ଭବତଃ ହୁଇଲ୍‌ ପ୍ରଜାତିର।

You might also like