ଆଶ୍ରମରେ ବିଷଧର ସାପ ପାଳିଲେ ବୌଦ୍ଧ ସନ୍ୟାସୀ

ମ୍ୟାମାର: ସାପକୁ କିଏ ବା ଭୟ ନ କରେ ? ସମସ୍ତେ ସର୍ପ ପରି ବିଷଧର ଜନ୍ତୁଠାରୁ ଦୂରରେ ରହିବା ପାଇଁ ଚାହିଁଥାନ୍ତି। ହେଲେ ସାପକୁ ପୋଷା ମନାଇ ଘରେ ପାଳିବାର କାହାକୁ ଦେଖିଛନ୍ତି ? ମ୍ୟାମାଁର ଜଣେ ବୌଦ୍ଧ ଭିକ୍ଷୁ ନିଜ ଆଶ୍ରମକୁ ସାପଙ୍କ ନିବାସସ୍ଥଳୀ କରି ଦେଇଛନ୍ତି।

ମ୍ୟାଁମାରର ଏହି ଭିକ୍ଷୁଙ୍କ ନାଁ ହେଉଛି ଭଲିଥା। ଭଲିଥା ସାପମାନଙ୍କୁ ଖୁବ୍‌ ଭଲ ପାଆନ୍ତି। ସାପମାନଙ୍କୁ ନିଜ ଘର ସଦସ୍ୟ ପରି ପାଳିଥାନ୍ତି। ଭଲିଥା ବର୍ତ୍ତମାନ ସୁଦ୍ଧା ଅନେକ ବିଷଧର ସାପଙ୍କ ଜୀବନ ବଞ୍ଚାଇ ତାକୁ ନିଜ ଘରେ ପାଳିଛନ୍ତି। ଏହି ସାପଙ୍କ ମଧ୍ୟରେ ଅଛନ୍ତି ଅଜଗର, ବିଷଧର ନାଗ ଇତ୍ୟାଦି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବୌଦ୍ଧ ଭିକ୍ଷୁ ଯଦି ଏହି ସାପମାନଙ୍କ ଜୀବନ ବଞ୍ଚାଇ ନ ଥାନ୍ତେ ତେବେ ସେମାନଙ୍କ ଜୀବନ ଚାଲି ଯାଇ ସାରନ୍ତାଣି କିମ୍ବା ତସ୍କରମାନେ ସେମାନଙ୍କୁ ବଜାରରେ କେବେଠାରୁ ବିକ୍ରି କରି ସାରନ୍ତେଣି। ଏତେ ସଂଖ୍ୟକ ସାପ ଥିବାରୁ ଏହି ମଠକୁ ଲୋକେ ସାପ ମଠ ବୋଲି କହିଥାନ୍ତି।

ବଲିଥା ସାପକୁ ନିଜ ସନ୍ତାନ ପରି ପାଳିଥାନ୍ତି। ତାଙ୍କର କହିବା ଅନୁଯାୟୀ, ସେ ଏପରି କରିବା ଦ୍ୱାରା ସାପଙ୍କ ଜୀବନ ତ ବଞ୍ଚୁଛି। ଏଥିସହିତ ଜୀବଜଗତର ଭାରସାମ୍ୟ ରକ୍ଷା ହେବାରେ ସହାୟ ହେଉଛି। ଏଠି କହିରଖିବୁ, ମ୍ୟାମାଁରରେ ସାପ ବ୍ୟତିତ ଜଙ୍ଗଲି ପଶୁଙ୍କ ବ୍ୟାପକ ଚୋରା କାରବାର ହୋଇଥାଏ। ଏହାଦ୍ୱାରା ଜୈବ ସନ୍ତୁଳନ ବିଗିଡି ଯିବାର ଆଶଙ୍କା ରହିଛି। ତେଣୁ ସେ ଏପରି ଉଦ୍ୟମ କରୁଥିବା କହିଛନ୍ତି।

ଅନ୍ୟପକ୍ଷେ ମ୍ୟାଁମାର ଲୋକଙ୍କର ବିଶ୍ୱାସ ସାପ ହେଉଛି ଶୁଭ। ତେଣୁ ଏଠିକାର ଅଧିକାଂଶ ମନ୍ଦିରରେ ସାପ ଦେଖିବାକୁ ମିଳେ।

You might also like