ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ହାତରେ ଶ୍ରୀରାମ ଟାଟୁ ଆଙ୍କିଲେ ମୁସ୍‌ଲିମ୍‌ ଯୁବତୀ

ବାରାଣାସୀ: ଅଗଷ୍ଟ ୫ ତାରିଖରେ ହେବ ରାମମନ୍ଦିର ନିର୍ମାଣସ୍ଥଳର ଭୂମି ପୂଜନ ଉତ୍ସବ । ଏଥିପାଇଁ ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଦିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି।

ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତାଙ୍କ ତୂଳୀରେ ରାମଙ୍କ ଜୀବନୀକୁ ଜୀବନ୍ତ ରୂପ ଦେଉଛନ୍ତି। ଏହି ଅବସରରେ ଜଣେ ମୁସ୍‌ଲିମ ଯୁବତୀଙ୍କ ରାମଭକ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମୁସ୍‌ଲିମ ସଂପ୍ରଦାୟର ମହିଳା ଜଣକ ସାଂପ୍ରଦାୟିକତାର ଊର୍ଦ୍ଧ୍ୱରେ ଏକତାର ବାର୍ତ୍ତା ବାଣ୍ଟିଛନ୍ତି।

ଏହି ମୁସ୍‌ଲିମ ସଂପ୍ରଦାୟର ମହିଳା ଇକ୍ରା ଖାନ୍ ମୋଦିଙ୍କର ଜଣେ ବଡ ସମର୍ଥକ। ନିକଟରେ ସେ ସିଗରା ସ୍ଥିତ ଏକ ଟାଟୁ ଶପ୍‌କୁ ଯାଇଥିଲେ। ସେଠାରେ ନିଜ ହାତରେ ଶ୍ରୀରାମଙ୍କ ଟାଟୁ ଆଙ୍କିବା ପାଇଁ କହିଥିଲେ। ଏହା ଦେଖି ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ଇକ୍ରା କହନ୍ତି, ‘ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମୋର ଏକ ସ୍ୱପ୍ନ ଥିଲା। ଖୁବ୍ ଉତ୍ସୁକତାର ସହ ମୁଁ ଏହି ଦିନକୁ ଅପେକ୍ଷା କରିଥିଲି।’ ସେ ନିଜ ହାତରେ ଶ୍ରୀରାମଙ୍କ ଟାଟୁ କରି ହିନ୍ଦୁ-ମୁସଲ୍‌ମାନଙ୍କ ଏକତା ଅତୁଟ ବୋଲି  ସାରା ବିଶ୍ୱକୁ ବାର୍ତ୍ତା ଦେବାକୁ ଚାହାନ୍ତି।

ମୁସ୍‌ଲିମ ମହିଳାଙ୍କର ଏପରି ରାମଭକ୍ତି ଦେଖି ଦୋକାନ ମାଲିକ ବିଗଳିତ ହୋଇଗଲେ। ଏହି ଟାଟୁ ତିଆରି କରୁଥିବା ବ୍ୟକ୍ତିଙ୍କଠାରୁ ଫିସ୍‌ ନେବେ ନାହିଁ ବୋଲି କହିଥିଲେ। ଦୋକାନ ମାଲିକ ଅଶୋକ ଗୋଗିୟା କହିଛନ୍ତି ସନାତନ ଧର୍ମରେ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଏହା ଏକ ବଡ ପର୍ବ। ଏହି ଅବସରରେ ସେ ମଧ୍ୟ ନିଜର ଭକ୍ତିଭାବକୁ ସମର୍ପଣ କରିଥିବା କହିଛନ୍ତି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଯିଏବି ଶ୍ରୀରାମଙ୍କ ଟାଟୁ କରିବାକୁ ଚାହିଁବ, ତାହା ମାଗଣାରେ ହେବ। ସେ ଟାଟୁ ସ୍ଥାୟୀ ହେଉ ବା ଅସ୍ଥାୟୀ ହେଉ, ତାହାର ପାଉଣା ସେ ନେବେ ନାହିଁ ବୋଲି କହିଛନ୍ତି।

 

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like