ଜେଲ ପରିସରରେ ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳିଲେ ଆଜୀବନ କଏଦୀ

ପାଟନା: ଜେଲ୍ ପରିସରରେ ହେଲା ଆଜୀବନ କଏଦୀଙ୍କ ମସ୍ତି ଭରା ଜନ୍ମଦିନ ପାଳନ।  ଜନ୍ମଦିନରେ କେକ୍ କଟାଯିବା ସହ ମଦ, ମାଂସ ଭୋଜିର ଆୟୋଜନ ବି ହୋଇଛି।  ମୋବାଇଲରେ ଏହାର ଭିଡିଓ ସୁଟ୍ ହୋଇଛି, ଯାହା ପରେ ଭାଇରାଲ ହୋଇଛି । ଏହି ଭିଡିଓ ଭାଇରାଲ ହେବା ପରେ  ଜେଲ୍ ବିଭାଗର ଦାୟିତ୍ୱହୀନତା ପଦାରେ ପଡ଼ିଛି।

ଏହି ଘଟଣାରେ  ୪ ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା ଘଟିଛି ବିହାର ସୀତାମାଢ଼ି ଜେଲ୍‌ରେ। ଏଠାରେ ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତ ହତ୍ୟାକାରୀ ପିଣ୍ଟୁ ତିଓ୍ୱାରୀ ନାମକ ଜଣେ ବ୍ୟକ୍ତି ଆଜୀବନ ସଜା କାଟୁଛନ୍ତି। ତାଙ୍କର ଜନ୍ମ ଦିନ ଜେଲ ପରିସରରେ ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା।

ଏଥିପାଇଁ ଜେଲ୍ ପରିସରକୁ  ସୁସଜ୍ଜିତ କରାଯାଇଥିଲା।  ଖାଇବା ପିଇବା ସହ ଅନ୍ୟ କଏଦୀମାନେ ହତ୍ୟାକାରୀ ପିଣ୍ଟୁକୁ ଉପହାର ବି ଦେଉଥିବା ଦେଖାଯାଉଛି ।

ସୂଚନାଥାଉ କି, କଏଦୀ ପିଣ୍ଟୁ ୨୦୧୫ରେ ବିହାର ଦରଭଙ୍ଗାରେ ଦୁଇ ଜଣ ଇଞ୍ଜିନିୟରଙ୍କୁ ହତ୍ୟା କରିଥିଲା । ସବୁଠୁ ବଡ଼ କଥା ହେଲା ମୋବାଇଲ ଫୋନ୍‌ରେ  ସେଲିବ୍ରେସନର ଭିଜୁଆଲ ସୁଟ୍ ହୋଇ ଅପଲୋଡ୍ ହୋଇଛି । ଜେଲ୍ ପରିସରକୁ ଫୋନ୍ ବ୍ୟାନ ହୋଇଥିବା ବେଳେ ଅପରାଧୀଙ୍କୁ କିଏ ଫୋନ୍ ଯୋଗାଉଛି ? ଏହାକୁ ନେଇ ଜେଲ୍ କର୍ତ୍ତୁପକ୍ଷଙ୍କ ଉପରେ ଅଙ୍ଗୁଳି ଉଠିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like