ପ୍ରେମରେ ଧୋକା: ବୁଲାଇ ନେବା ବାହାନାରେ ଜଙ୍ଗଲ ଭିତରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ରାଞ୍ଚି: ବିଶ୍ୱାସରେ ବିଷ ଦେଲା ପ୍ରେମିକ। ପ୍ରେମରେ ଲଗାଇଲା କଳାଦାଗ। ବୁଲାଇନେବା ବାହାନାରେ ପ୍ରେମିକାକୁ ଜଙ୍ଗଲ ଭିତରେ ହତ୍ୟା। ସବୁ ଦିନ ସାଥୀ ହୋଇ ରହିବାର ସ୍ୱପ୍ନ ଦେଖାଇ ପାର୍ବତୀକୁ ଜୀବନରୁ ମାରିଦେଲା ଶମ୍ଭୁ।  ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଥାନା ଡାକୁଆ ଜଙ୍ଗଲରେ ୧୭ ଫେବୃଆରୀରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମାଲାର ଛାନଭିନ୍ କରିବା ପରେ ହତ୍ୟାକାରୀକୁ ଗିରଫ କରିଛି ପୋଲିସ୍। ଯୁବତୀଙ୍କ ହତ୍ୟକାରୀ ଆଉ କେହି ନୁହେଁ ବରଂ ନିଜେ ତା’ର ପ୍ରେମିକ ବୋଲି ନିଜେ ହତ୍ୟାକାରୀ ଦୋଷ ସ୍ୱୀକାର କରିଛି । ବିବାହ କରିବାକୁ ଜିଦ ଧରିବାରୁ ପ୍ରେମିକାର ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ।

ଜଗନ୍ନାଥପୁର ନିବାସୀ ଶମ୍ବୁ ସହ ୨୦୧୬ରୁ ପାର୍ବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନୂଆ ନୂଆ ସବୁ କିଛି ଠିକ ଚାଲିଥିଲା। ଅନେକ ଦିନର ପ୍ରେମ ସମ୍ପର୍କ ପରେ ପାର୍ବତୀ ଶମ୍ଭୁକୁ ବାରମ୍ବାର ବିବାହ କରିବାକୁ ଚାପ ପକାଉଥିଲା। ହେଲେ ସବୁ ସମୟରେ ବିବାହ ପ୍ରସଙ୍ଗକୁ ଟାଳି ଦେଉଥିଲା ଅଭିଯୁକ୍ତ। ଏସବୁ ଭିତରେ ପାର୍ବତୀଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ତା’ର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ପାର୍ବତୀଙ୍କ ଏସବୁ ଜାଣିବା ପରେ ଶମ୍ବୁକୁ ଧମକଚମକ ଦେଉଥିଲେ। ବିବାହ ନକଲେ ପୋଲିସରେ ଅଭିଯୋଗ କରିବି କହି ଡରାଉଥିଲେ।

ଆହୁରି ପଢନ୍ତୁ :ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍

ତେବେ ପାର୍ବତୀର ଧମକ ଚମକରେ ଚିନ୍ତିତ ହୋଇ ସବୁଦିନ ପାଇଁ ରାସ୍ତାରୁ ହଟାଇବା କଥା ଚିନ୍ତା କରିଥିଲା ପ୍ରେମିକ। ଆଉ ଏଥିପାଇଁ ଷଡ଼ଯନ୍ତ୍ର ରଚିଥିଲା। ୫ ଫେବୃଆରୀରେ ଶମ୍ଭୁ ବାଇକରେ ପ୍ରେମିକାକୁ ବାଇକରେ ବସାଇ ବୁଲାଇ ନେବା ବାହାନାରେ ଜଙ୍ଗଲ ଭିତରକୁ ନେଇ ଯାଇଥିଲା । ଏବଂ ଏକୁଟିଆ ଦେଖି ଘଞ୍ଚ ଜଙ୍ଗଲ ଭିତରେ ପାର୍ବତୀର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ଶମ୍ଭୁ ଠାରୁ ବଞ୍ଚିବା ପାଇଁ ଜଙ୍ଗଲ ଭିତରେ ଦୌଡ଼ିବାରେ ଲାଗିଥିଲେ ପାର୍ବତୀ। ହେଲେ ଘଞ୍ଚ ଜଙ୍ଗଲ ଭିତରେ ରାସ୍ତା ନପାଇ ଏକ ଗାଡ଼ରେ ଖସି ପଡ଼ିଥିଲେ। ଆଉ ଏହାର ସୁଯୋଗ ନେଇ ଶମ୍ଭୁ ପାର୍ବତୀଙ୍କୁ ନିର୍ଦ୍ଦୟ ଭାବେ ବିଧାଗୋଇଠା ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲା।

ତେବେ ପୋଲିସ ପାଇଁ ଏହି ହତ୍ୟାକାଣ୍ଡ ମାମଲାରୁ ପରଦା ଉଠାଇବା ଏତେ ସହଜ ନଥିଲା। ପାର୍ବତୀଙ୍କ ମା’ ମୃତଦେହ ଚିହ୍ନଟ କିରିବା ପରେ ହତ୍ୟାକାରୀ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ପୋଲିସ୍ । ଏହି ମାମଲାରେ ପାର୍ବତୀଙ୍କ ମୋ‍ବାଇଲ ଫୋନ ଯାଂଚ କରି ପ୍ରେମିକ ଶମ୍ଭୁର ନମ୍ବର ପୋଲିସ ହାତରେ ଲାଗିଥିଲା। ଆଉ ପଚରାଉଚରା କରିବା ପରେ ସବୁ ସତ କଥା ଓଗାଳିଥିଲା ଶମ୍ଭୁ। ହତ୍ୟାକାଣ୍ଡ ସ୍ଥାନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା ପୋଲିସ। ପ୍ରେମିକାକୁ ହତ୍ୟା ମାମଲାରେ ଏବେ ଶମ୍ଭୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

You might also like