ରାତିରେ ରାସ୍ତା କଡ଼ରେ ଦିଶିଲା ମଣିଷର ପିଶାଚ ଚେହେରା; ୯ ଥର ବେକ କାଟିଲା ନରରାକ୍ଷସ।

ଚେନ୍ନାଇ: ଭୟଙ୍କର, ବିଭତ୍ସ, ଛାତି ଥରିଲାଭଳି ଦୃଶ୍ୟ। ରାତିରେ ରାସ୍ତା କଡ଼ରେ ଦିଶିଲା ମଣିଷର ଭୟଙ୍କର ପିଶାଚ ଚେହେରା। ପାଦ ପାଦ ଚିପି ଚିପି ଆସିଲା ମୃତ୍ୟୁ, କ୍ଷଣିକ ଭିତରେ ବେକ କାଟି ଦେଇ ଫେରାର୍। ଥରେ କି ଦୁଇଥର ନୁହେଁ ୯ଥର ବେକ କାଟିଲା ନରରାକ୍ଷସ। ତାମିଲନାଡୁର ଚେନ୍ନାଇ ସଡ଼କରେ ଘଟିଥିବା ଏଭଳି ଭୟଙ୍କର ଦୃଶ୍ୟ ସିସିଟିଭିରେ କଏଦ ହେବା ଉପରେ ଏବେ ଏହାର ଭିଡିଓ ଭାଇରାଲ୍ ହେଉଛି।

ଚେନ୍ନାଇର ସନ୍ତୋଷ ନାମକ ଜଣେ ବ୍ୟକ୍ତି ଫେରୁଥିବା ବେଳେ ତାଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି ୩ ଜଣ ଅମଣିଷ। ସନ୍ତୋଷ ଜଣେ ଦିନ ମଜୁରିଆ। ତାଙ୍କ ଘର କନ୍ନାଗି ନଗରରେ।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁସାରେ, ବୁଧବାର ରାତିରେ ସନ୍ତୋଷ ଫେରୁଥିବା ବେଳେ ହଠାତ୍ ତିନିଜଣ ତାଙ୍କୁ ପଛରୁ ଫଲୋ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସନ୍ତୋଷଙ୍କ ସାମ୍ନାକୁ ଆସିଯାଇଥିଲେ। ସନ୍ତୋଷ କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ବ୍ୟକ୍ତି ଜଣକ ଏକ ବ୍ଲେଡ୍‌ରେ ତାଙ୍କ ବେକ କାଟି ଦେଇଥିଲେ। ସନ୍ତୋଷ ତଳେ ପଡ଼ିଯିବା ପରେ ଅନ୍ୟ ଜଣେ ତାଙ୍କ ବେକରେ ୯ଥର ବ୍ଲେଡ୍‌ ମାରିଥିଲେ। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲେ। ରାତିରେ ରକ୍ତରଞ୍ଜିତ ହୋଇଥିଲା ରାସ୍ତା।

ଏହି ଘଟଣାରେ ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଏବେବି ଫେରାର୍‌ ଅଛି। ସନ୍ତୋଷଙ୍କ ହତ୍ୟା  ମାମଲା ତଦନ୍ତାଧୀନ ରହିଥିବା ବେଳେ ପ୍ରଶ୍ନ ଉଠୁଛି କାହିଁକି ଏତେ ନୃଶଂସ ହୋଇଯାଉଛି ମଣିଷ ? ସାମାନ୍ୟ କଥାରେ ବି ଜୀବନ ନେବାକୁ ପଛାଉ ନାହିଁ।

 

 

You might also like