ଶ୍ମଶାନଘାଟରେ ଶବଦାହ ପାଇଁ ଯାଇଥିଲେ, ହଠାତ୍ ଛାତ ଭୁଶୁଡ଼ିପଡ଼ି ୨୩ ଜଣଙ୍କର ଜୀବନ ଚାଲିଗଲା

ଲକ୍ଷ୍ନୌ: ପ୍ରିୟଜନର ମୃତ୍ୟୁ ପରେ ଶୋକସନ୍ତପ୍ତ ଆତ୍ମିୟସ୍ୱଜନ ଶବଦାହ କରିବାକୁ ମଶାଣୀ ଯାଇଥିଲେ। ହେଲେ କାଳ ଯେ ଏତେ ନିଷ୍ଠୁର ହେବ ଏକଥା କିଏ ଜାଣିଥିଲା। ଶ୍ମଶାନରେ ଶବଦାହ ବେଳେ ବର୍ଷା ହେବାରୁ ଶ୍ମଶାନ ଘାଟରେ ଏକ ଘରେ ଆଶ୍ରୟ ନେଇଥିବା ବେଳେ ହଠାତ୍‌ ଭୁଶୁଡ଼ି ପଡ଼ିଲା ଛାତ। ଛାତ ତଳେ ଚାପି ହୋଇ ଚାଲିଗଲା ୨୧ ଜଣଙ୍କର ଜୀବନ। ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲା ମୁରାଦନଗରର ଉଖଲର୍ସି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ପ୍ରଥମେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କର ମଧ୍ୟରୁ ୨୦ ଜଣଙ୍କ ବିଭିନ୍ନ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ହୋଇଛି। ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁରାଦନଗର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଅଜୟ କୁମାର ଶଙ୍କର ପାଣ୍ଡେ। ଶବଦାହ ବେଳେ ବର୍ଷା ହେବାରୁ ଛାତ ତଳେ ୨୫ ଜଣ ଲୋକ ଆଶ୍ରା ନେଇଥିଲେ। ଅଧିକାଂଶ ଲୋକେ ମୃତ ବ୍ୟକ୍ତି ରାମ ଧାନଙ୍କର ସମ୍ପର୍କୀୟ ବୋଲି ସୂଚନା ମିଳିଛି।

 

ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ମୃତ୍ୟୁ ପରେ ତାଙ୍କ ଶବ ସଂସ୍କାର ଲାଗି ଆତ୍ମୀୟ ସୋଦର ଶ୍ମସାନ ଯାଇଥିଲେ। ଶବଦାହ ଚାଲିଥିବା ବେଳେ ବର୍ଷା ହେବାରୁ ପାଖରେ ଥିବା ଏକ କୋଠାରେ ସେମାନେ ଆଶ୍ରୟ ନେଇଥିଲେ। ତେବେ ହଠାତ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ସମସ୍ତେ ଛାତ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରୁ ୩୮ ଜଣଙ୍କୁ ଉଦ୍ଧାର କରାଯାଇଛି।

ଧ୍ୱଂସ ସ୍ତୁପ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ୍‌କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ  ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ଦୁଃଖ ପ୍ରକାଶ କରି ଉପରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ” ଗାଜିଆବାଦ ଶ୍ମଶାନରେ ଛାତ ଭୁଶୁଡ଼ି ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖ ଦେଇଛି। ସେହି ସାହସୀ ପରିବାରଙ୍କ ପ୍ରତି ହୃଦୟରୁ ସମବେଦନା ଜଣାଉଛି। ଏବଂ ଆହତ ଲୋକମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ”

 

ସେହିପରି ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ” ଉତ୍ତର ପ୍ରଦେଶ ମୁରାଦାବାଦରେ ହୋଇଥିବା ଦୁର୍ଭାଗ୍ୟଜନକ ଦୁର୍ଘଟଣା ଖବର ଅଥ୍ୟନ୍ତ ଦୁଃଖ ଦେଇଛି। ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଉଛି। ଏଥିସହିତ ଆହତମାନେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି କାମନା କରୁଛି। ”
ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କଣ କହିଛନ୍ତି ଶୁଣନ୍ତୁ।

You might also like