ଧରାପଡ଼ିଥିବା ବଡ଼ ଡ୍ରଗ୍ସ ମାଫିଆର ବଲିଉଡ୍ ଲିଙ୍କ୍; ଗ୍ରାହକ ତାଲିକାରେ ସିନେ ତାରକା
ମୁମ୍ବାଇ: ମୁମ୍ବାର ବଡ଼ ଡ୍ରଗ୍ସ ସପ୍ଲାଏର ଆଜମ ଶେଖ୍କୁ ଧରିଛି ମୁମ୍ବା ଏନ୍ସିବି ଶାଖା। ଏହାପରେ ତା ଠାରୁ ତାର କଷ୍ଟମର ଲିଷ୍ଟ ମଧ୍ୟ ଜବତ କରାଯାଇଛି। ଏହି ତାଲିକାରେ ଅନେକ ବଲିଉଡ୍ ସେଲିବ୍ରିଟି ସାମିଲ୍ ଅଛନ୍ତି। ଏନେଇ ଏନ୍ସିବି ସୂତ୍ରରୁ ଖବରରୁ ପ୍ରକାଶ ପାଇଛି।
ଅଭିଯୋଗ ଅନୁସାରେ ଅଜମ ଶେଖ୍ ସିଧାସଳଖ ହିମାଚଳ ପ୍ରଦେଶରୁ ଡ୍ରଗ୍ସ ଆଣି ବଡ଼ ବଡ଼ ସପ୍ଲାଏରମାନଙ୍କୁ ଦେଉଥିଲା। ଧରପଗଡ଼ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଡ୍ରଗ୍ସପାଇଁ ଭିନ୍ନ ଭିନ୍ନ କୋର୍ଡୱାର୍ଡ ଯଥା- ହାଇକ୍ୱାଲିଟି ନିଷାଦ୍ରବ୍ୟ ପାଇଁ କୋର୍ଡୱାର୍ଡ-ଆଇସ କ୍ରିମ୍ ଓ ମାଲାନା କ୍ରିମ୍, କୋକନି ପାଇଂ ପଥର ବୋଲି କୋର୍ଡ ୱାର୍ଡ ବ୍ୟବହାର କରୁଥିଲା।
ଏନ୍ସିବି ଆଜି ଶେଖ୍ ଆଜମ୍ର ମୁମ୍ବାଇ ସ୍ଥିତି ବିଭିନ୍ନ ସ୍ଥାନ ଯଥା ଅନ୍ଧେରୀ ପିଶ୍ଚିମାଞ୍ଚଳ ସହିତ ଶେଖ୍ ଘରେ ମଧ୍ୟ ଚଢ଼ାଉ କରିଥିଲା। ଛଢ଼ାଉ ସରିବା ପରେ ତାକୁ ଗିରଫ କରି ପଚରାଉଚରା ପାଇଁ ଏନ୍ସିବି ଅଫିସ୍ ଅଣାଯାଇପାରେ ବୋଲି ସୂଚନା ମିଳିଛ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଚଢ଼ାଉରେ ୫ କିଲୋ ମଲାନା କ୍ରିମ୍ ଜବତ କରାଯାଉଛି।, ଯାହାର ମୂଲ୍ୟ ୨.୫କୋଟି ହେବ। ତା ସହିତ ଅଳ୍ପ ପରିମାଣରେ ଅଫିମ୍ ଏବଂ ଡ୍ରଗ୍ସ ସହିତ ନଗଦ ୧୩.୫ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରକୃତରେ କେତେ ହେବ ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ ବୋଲି ଏନ୍ସିବି ପକ୍ଷରୁ କୁହାଯାଇଛି।