ବିବାହ ପ୍ରଲୋଭନ ଦେଖାଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ

ଅଲୱାର: ମଡେଲ୍‌ରୁ ଟେଲିଭିଜନ୍‌ ଦୁନିଆରେ ପାଦ ଥାପି ଥିବା ମୁମ୍ବାଇର ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ। ବିବାହ ଲୋଭ ଦେଖାଇ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ଅଲ୍‌ୱାର ପୁଲିସ୍‌ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି।

ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୪ ମସିହାରେ ମୁମ୍ବାଇର ଏକ କଲେଜରେ ପଢ଼ୁଥିବା ସମୟରେ ସେ ଉକ୍ତ ଯୁବକଙ୍କୁ ଭେଟିଥିଲେ। ଚଳିତ ବର୍ଷ ସୋଶାଲ୍‌ ମିଡିଆ ମାଧ୍ୟମରେ ପୁଣି ଥରେ ଉକ୍ତ ଯୁବକଙ୍କ ସହ ଅଭିନେତ୍ରୀଙ୍କ ଯୋଗାଯୋଗ ସ୍ଥାପନ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ଅତି ନିବିଡ଼ ହୋଇଥିଲା। ଅଗଷ୍ଟ ମାସରେ ଅଭିନେତ୍ରୀ ଜଣକ ମୁମ୍ବାଇରୁ ଦିଲ୍ଲୀ ଆସିଥିବା ସମୟରେ ଉଭୟ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ।

ଯୁବକ ଜଣକ ଅଭିନେତ୍ରୀଙ୍କୁ ତାଙ୍କ ପରିବାର ସହ ସାକ୍ଷାତ କରାଇଥିଲେ। ଏହା ପରେ ସେମାନେ ସେପ୍ଟେମ୍ବର ୪ ତାରିଖରେ ରାଜସ୍ଥାନ ନିମ୍‌ରାନା ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଠାରେ ଯୁବକ ଜଣକ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

You might also like