ସୁଶାନ୍ତ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଯାଇଥିବା ବିହାର IPSଙ୍କୁ ଜବଦରସ୍ତ କ୍ୱାରେଣ୍ଟିନ୍‌ରେ ଭର୍ତ୍ତିକଲେ

ମୁମ୍ବଇ:ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ତଦନ୍ତରେ ମୁମ୍ବାଇ ପୋଲିସର ନିରପେକ୍ଷତା ପ୍ରତି ଯେଉଁ ପ୍ରଶ୍ନ ଉଠିଥିଲା ତାହା ସ୍ପଷ୍ଟ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ବିହାର ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା। ବିହାର ପୋଲିସକୁ ଖାଲି ମୁମ୍ବାଇ ପୋଲିସ ଅସହଯୋଗ କରୁନି, ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ବି ଏଥିରେ ହାତ ମିଳାଇଛି। କାରଣ  ଏବେ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ପାଟ୍‌ନା ଏସ୍‌ପି ବିନୟ ତିୱାରୀଙ୍କୁ କରୋନା ହୋଇଛି କହି ଜବରଦସ୍ତ କ୍ୱାରେଣ୍ଟିନ୍‌ରେ ଭର୍ତ୍ତି କରି ଦିଆଯାଇଛି। ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଏମ୍‌ସି ଅଧିକାରୀଙ୍କ କହିବା ଅନୁଯାୟୀ ବିନୟ ରବିବାର ମୁମ୍ବାଇ ପହଞ୍ଚିଥିଲେ। ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

 

ଅନ୍ୟପକ୍ଷେ ବିହାର ପୋଲିସ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିହାର ପୋଲିସ ଆସୋସିଏସନର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ହତ୍ୟା ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ବିହାର ଆଇପିଏସ୍‌ ବିନୟ ତିୱାରୀଙ୍କୁ IPS  ହଷ୍ଟେଲରେ ରହିବା ପାଇଁ ଜାଗା ଦିଆଯାଇ ନ ଥିଲା। ସେ ଯେତେବେଳେ ତାଙ୍କର ନିଜର ରହିବା ବ୍ୟବସ୍ଥା କଲେ ତାଙ୍କୁ ଠିକଣା ପଚରାଗଲା। ଠିକଣା ଜାଣିବା ପରେ ବିଏମ୍‌ସି ପକ୍ଷରୁ ତାଙ୍କୁ ରବିବାର ରାତି ୧୧ଟାରେ ଜବରଦସ୍ତ କ୍ୱାରେଣ୍ଟିନ୍‌ରେ ରଖି ଦିଆଯାଇଛି।

ତେବେ ଆଇନ ଉପରେ ଏପରି ପ୍ରତିବନ୍ଧକ ଲଗାଇବା ଉଚିତ୍‌ ନୁହେଁ। ସାରା ଦେଶର ବର୍ଦ୍ଦି ଏକ ଯାହାର ଉଦ୍ଦେଶ୍ୟ ଆଇନର ରକ୍ଷ ଓ ଜନତାର ସୁରକ୍ଷା। ବର୍ଦ୍ଦି ହେଉଛି ନ୍ୟାୟର ପ୍ରତୀକ। ଏବେ ମୁମ୍ବାଇ ମ୍ୟୁନିସିପାଲିଟି   ଆମର ଅଧିକାରୀଙ୍କ ହାତରେ କ୍ୱାରେଣ୍ଟିନ୍‌ର ବେଡି ପକାଇ ଦେଇଛନ୍ତି।

ଅନ୍ୟପକ୍ଷେ ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂହ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠକ୍‌ରଙ୍କ ସହ ସାକ୍ଷାତ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତ କେତେଦୂର ଆଗେଇଛି ସେ ନେଇ ସବିଶେଷ ସୂଚନା ଦେଇଥିଲେ।  ଏଥି ସହିତ ବିହାର ପୋଲିସର ମମ୍ବାଇରେ ରହଣି ଏବଂ ସୋଶାଲ ମିଡିଆରେ ଚାଲିଥିବା ଚର୍ଚ୍ଚା ବିଷୟରେ ଜଣାଇଥିଲେ। ପୋଲିସ କମିଶନର ପ୍ରଥମେ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିଛନ୍ତି।

 

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like