ଏହି ସହରରେ ଡିସେମ୍ୱର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ମୁମ୍ୱାଇ: ମୁମ୍ୱାଇ ସହରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ୱର ୨୩ରୁ ଖୋଲାଯିବାକୁ ଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି( Brihanmumbai Municipal Corporation)।

ବିଏମ୍‌ସି ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟକୁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ବନ୍ଦ ରଖାଯିବ। କିଛିଦିନ ହେବ ମୁମ୍ୱାଇ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନଭେମ୍ୱର ୨୩ରେ ସ୍କୁଲ ଗୁଡ଼ିକ ଖୋଲାଯିବ ନାହିଁ ବୋଲି ମୁମ୍ୱାଇର ମେୟର କିଶୋରି ପେଡ୍‌ନେକାର କହିଛନ୍ତି।

ମହାରାଷ୍ଟ୍ର ସରକାର ପୂର୍ବରୁ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନଭେମ୍ୱର ୨୩ରୁ ସ୍କୁଲକୁ ଯାଇପାରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ସହିତ ଜୁନିଅର କଲେଜ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ କଲେଜ୍‌ ଯାଇପାରିବେ ବୋଲି କହିଥିଲେ।

ତେବେ କୋଭିଡ୍‌-୧୯ର ପ୍ରୋଟକଲ୍‌ ନିୟମକୁ ମାନି ମହାରାଷ୍ଟ୍ରର ଅନ୍ୟ ସ୍ଥାନଗୁଡ଼ିକରେ ନଭେମ୍ୱର ୨୩ ତାରିଖଠାରୁ ସ୍କୁଲଗୁଡ଼ିକ ଖୋଲାଯିବ। ଏହା ପୂର୍ବରୁ ସମସ୍ତ ସ୍କୁଲକୁ ସାନିଟାଇଜ୍‌ କରାଯିବ। ଏଥିସହିତ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଶିକ୍ଷକମାନେ ସେମାନଙ୍କର RT-PCR ଟେଷ୍ଟ କରାଇନେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like