ମୁମ୍ବାଇରେ ଲଗାଣ ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

ହାଇଦ୍ରାବାଦ: ତେଲେଙ୍ଗାନା ପରେ ଏବେ ମୁମ୍ବାଇରେ ଲଗାଣ ବର୍ଷା। ଗତକାଲି ସଂଧ୍ୟା ବେଳଠୁ ମୁମ୍ବାଇ, ପୁଣେ, ଥାଣେ ସମେତ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ଏତେ ଅଧିକ ଯେ ମୁମ୍ବାଇ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି।

ତେଲେଙ୍ଗାନା ପରେ ଏବେ ମହାରାଷ୍ଟ୍ର ଆଡ଼କୁ ମୁହାଁଇଛି ଅବପାତ। ଯାହା ଫଳରେ ଆଗାମୀ ୨୪ ଘଣ୍ଟା ଯାଏଁ ମହାରାଷ୍ଟ୍ରରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ମୁମ୍ବାଇ, ଥାଣେ, ପାଲଘର, ରତ୍ନଗିରି, ରାୟଗଡ଼, ନାସିକ, କୋଲାପୁରକୁ ବର୍ଷା ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଜିଲ୍ଲା ଗୁଡ଼ିକରେ ୪୫ରୁ ୫୫ କିଲୋମିଟର୍ ବେଗରେ ପବନ ବୋହିପାରେ। ଏହାର ପ୍ରଭାବ ଗତ ରାତିରୁ ଦେଖିବାକୁ ମିଳିଛି। ଗତରାତିର ବର୍ଷା ପରେ ମୁମ୍ବାଇର ବାୟକୁଲା, ହିନ୍ଦମାତା, କୁର୍ଲା, କିଂଗ୍‌ସର୍କିଲ ସମେତ ଅନେକ ଇଲାକା ଜଳାର୍ଣ୍ଣବ ହୋଇ ଯାଇଛି।

ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ସେପଟେ ତେଲେଙ୍ଗାନାରେ ବର୍ଷାରେ ଏବେ ଯାଏ ୩୦ ଜଣଙ୍କ ଜୀବନ ଯାଇଛି। ସେଥିରୁ କେବଳ ହାଇଦ୍ରାବାଦ୍ର ୧୫ ଜଣ ରହିଛନ୍ତି। ଧିରେ ଧିରେ ବିଗିଡ଼ିବାରେ ଲାଗିଛି ହାଇଦ୍ରାବାଦ୍ରେ ସ୍ଥିତି॥ ସହରର ବହୁ ଅଞ୍ଚଳରେ ପାଣି ଜମି ରହିଥିବା ଯୋଗୁଁ ରିଲିଫ୍, ରେସ୍କ୍ୟୁ କାମରେ ବାଧା ଉପୁଜୁଛି।

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

You might also like