୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୬ ଘଣ୍ଟାରେ ୩୩୦ ମିମି ବର୍ଷିଲା

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର। ଉବୁଟୁବୁ ମାୟାନଗରୀ ମୁମ୍ବାଇ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି । ଚର୍ଚ୍ଚଗେଟ୍‌,    ୱର୍ଲି, ଚୌପାଟୀ, ହିନ୍ଦ୍‌ମାତା, ମଦନପୁରା ଆଦି ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି ।

ବୁଧବାର ପରିସ୍ଥିତି ଆହୁରି ସଙ୍ଗୀନ ଥିଲା । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ମାତ୍ର ୬ ଘଣ୍ଟା ମଧ୍ୟରେ ୩୩୦ ମିମି ବର୍ଷା ହୋଇଛି। ୧୯୭୪ ମସିହାରେ ମୁମ୍ବାଇରେ ସର୍ବାଧିକ ୨୬୨ ମିମି ବର୍ଷା ରେକର୍ଡ କରାଯାଇଥିଲା।

ଥାନେ ଓ ପାଲଘର ଅଞ୍ଚଳରେ ବି ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟ୍ରେନ୍ ଓ ବସ୍ ସେବା ଗୁରୁତର ପ୍ରଭାବିତ ହୋଇଛି । ରେସ୍‌କ୍ୟୁ  ଓ ରିଲିଫ୍ ଅପରେସନ ପାଇଁ ରାଜ୍ୟରେ ୧୫ଟି NDRF ଟିମ୍ ମୁତୟନ କରାଯାଇଛି । ସେହିପରି ୬୦ରୁ ୭୦ କିଲୋମିଟର ବେଗରେ ପବନ ବୋହିବା ଯୋଗୁଁ ବହୁ ସ୍ଥାନରେ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି ।

କେତେକ ସ୍ଥାନରେ ବର୍ଷା ପାଣି ମେଡିକାଲରେ ପଶିଥିବା ଦେଖିବାକୁ ମିଳିଛି । ମୁମ୍ବାଇର ଜେଜେ ହସ୍ପିଟାଲରେ ବର୍ଷା ପାଣି ପଶିବା ଫଳରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ କିଛି ସମୟ ପରେ ହସ୍ପିଟାଲ ପରିସରରୁ ବର୍ଷା ଜଳ ନିଷ୍କାସନ କରାଯାଇଥିବା ନେଇ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି।

 

ପ୍ରବଳ ବର୍ଷାରେ ବେହାଲ ହେଲାଣି ଜନଜୀବନ। ରାସ୍ତା ଉପରେ ଅଣ୍ଟେ ଉଚ୍ଚର ପାଣି। #Mumbai #RainsandWeather

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like