ରିୟାଙ୍କୁ ସୁରକ୍ଷା ଯୋଗାଇବ ମୁମ୍ବାଇ ପୋଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ମାରାଥନ୍ ଜେରା ଚାଲିଛି।  ଆଜି ପୁଣି ଥରେ ସିବିଆଇ ପାଖରେ ହାଜର ହୋଇ ଜେରାର ସମ୍ମଖୀନ ହୋଇଛନ୍ତି ସୁଶାନ୍ତଙ୍କ ଗାଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଦ୍ୱିତୀୟ ଥର ପାଇଁ ତାଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା। ରିୟାଙ୍କ ହାଜିରାକୁ ନେଇ ତାଙ୍କ ଘର ଓ ସିବିଆଇ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଗତକାଲି ୯ ଘଣ୍ଟାର ଜେରା ପରେ ସାନ୍ତାକ୍ରୁଜ୍ ଥାନାକୁ ଯାଇ ସୁରକ୍ଷା ମାଗିଥିଲେ ରିୟା।  ଏହାପରେ ରିୟାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ  ସିବିଆଇ ମୁମ୍ବାଇ ପୋଲିସକୁ ଅନୁରୋଧ କରିଛି।  CBI ଅନୁରୋଧ ପରେ ମୁମ୍ବାଇ ପୋଲିସ ରିୟାଙ୍କୁ ସୁରକ୍ଷା ଦେବାକୁ ରାଜି ହୋଇଛି।  ଘରୁ ଡିଆରଡିଓ ଗେଷ୍ଟ ହାଉସ ପର୍ଯ୍ୟନ୍ତ ରିୟାଙ୍କୁ କଡ଼ା ସୁରକ୍ଷା ମିଳିବ  ବୋଲି ଅଧିକାରୀ ସୂତ୍ରରୁ ଜଣାଯାଇଛି ।

ସୂଚନାଥାଉ କି, କିଛିଦିନ ପୂର୍ବରୁ ରିୟା ସୁରକ୍ଷା ମାଗିଥିଲେ।  ସେ ଓ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ  ମୁମ୍ବାଇ ପୋଲିସର ସୁରକ୍ଷା ଲୋଡ଼ିଥିଲେ। ସେ ଇନ୍‌ଷ୍ଟାରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ଯେଉଥିରେ ତାଙ୍କ ବାପାଙ୍କୁ କମ୍ପାଉଡ୍‌ ବାହାରେ ଶତାଧିକ ମିଡିଆ ପର୍ସନ ଘେରି ରହିଥିଲେ।

ସେ ଆହୁରି କହିଥିଲେ, ସେ ଏବଂ ତାଙ୍କ ପରିବାର CBI ତଦନ୍ତରେ ସାହାଯ୍ୟ କରିବା ପାଇଁ ଚାହୁଁଛୁ। ହେଲେ ସେ ବାହାରକୁ ବାହାରି ପାରୁ ନାହାନ୍ତି।

ସୂଚନାଥାଉ କି, ଆଜି ପୁଣି ଥରେ ସୁଶାନ୍ତଙ୍କ ମ୍ୟାନେଜର୍ ସାମୁଏଲ ମିରଣ୍ଡା, ନିରଜ, କେଶବ ଏବଂ ସିଦ୍ଧାର୍ଥ ପିଠାନୀଙ୍କୁ ଜେରା କରୁଛି CBI।

ଆହୁରି ପଢ଼ନ୍ତୁ

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

You might also like