ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ
ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢୁଛି। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆସନ୍ତାକାଲି ତାଙ୍କୁ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ହାଜର ହେବେ ଅନୁରାଗ। ଏଥିପାଇଁ ତାଙ୍କୁ ସମନ ଜାରି କରାଯାଇଛି। ଆସନ୍ତାକାଲି ଦିନ ୧୧ଟା ବେଳେ ହାଜର ହେବା ପାଇଁ ମୁମ୍ବାଇ ପୋଳିସ ପକ୍ଷରୁ ଅନୁରାଗ କଶ୍ୟପଙ୍କୁ ସମନ ହୋଇଛି।
ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗ କଶ୍ୟପଙ୍କ ଓକିଲ। ଅନୁରାଗଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଅଭିଯୋଗ ଅଣାଯାଇଛି ବୋଲି ତାଙ୍କ ଓକିଲ ପ୍ରିୟଙ୍କା ଖିମାନୀ କହିଛନ୍ତି। ଗତ ସପ୍ତାହରେ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ।