ସୁଶାନ୍ତ ସିଂ ରାଜପୁତଙ୍କ ବାପାଙ୍କ ଅଭିଯୋଗରେ ଏମିତି କହିଲା ମୁମ୍ବାଇ ପୁଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ. କେ ସିଂଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛି ମୁମ୍ବାଇ ପୋଲିସ। ବାନ୍ଦ୍ରା ପୁଲିସ୍‌ ନିକଟରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି। ଫେବ୍ରୁଆରୀ ୨୫ ତାରିଖରେ ସୁଶାନ୍ତଙ୍କ ପରିବାର ଲୋକେ ବାନ୍ଦ୍ରା ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ସୁଶାନ୍ତଙ୍କ ବାପା ଗତକାଲି ଏକ ବିବୃତ୍ତି ଦେଇଥିଲେ। ଯାହାର ଉତ୍ତର ରଖି ଏପରି ସ୍ପଷ୍ଟୀକରଣ ଦେଇଛି ମୁମ୍ବାଇ ପୁଲିସ।

ତେବେ ସୁଶାନ୍ତଙ୍କ ଭିଣୋଇ ଓପି ସିଂ ପୋଲିସକୁ କିଛି ଓ୍ୱାଟ୍ସ ଅପ୍ ମେସେଜ୍  ଦେଇଥିଲେ। ତେବେ କୌଣସି ତଦନ୍ତ ପାଇଁ ଲିଖିତ ଅଭିଯୋଗ ବାଧ୍ୟତାମୂଳକ ହୋଇଥିବାରୁ ଜୋନ୍ ୯ର ଡିସିପି ଓପିସିଂଙ୍କୁ ଜଣାଇଥିବା ଏହି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି।

ଗତକାଲି ସୁଶାନ୍ତଙ୍କ ବାପା କେକେ ସିଂହ କହିଥିଲେ, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲା ଏବଂ ଏଥିପାଇଁ ସେ ବାନ୍ଦ୍ରା ପୋଲିସକୁ ମଧ୍ୟ ସବୁ ସୂଚନା ଦେଇଥିଲେ।

ସୁଶାନ୍ତ ଫେବୃଆରୀ ୨୫ ତାରିଖରୁ ବାନ୍ଦ୍ରା ପୋଲିସକୁ ନିଜ ପ୍ରତି ଥିବା ଥିବା ବିପଦ ସମ୍ବନ୍ଧରେ ଅବଗତ କରାଯାଇଥିଲେ। କିନ୍ତୁ ପୋଲିସ୍ ମୋ ପୁଅ କଥା ଆଦୌ ଶୁଣିନଥିଲେ। ଜୁନ୍ ୧୪ ତାରିଖରେ ମୋ ପୁଅର ଜୀବନ ଚାଲିଯିବା ପରେ ବି ପୋଲିସ୍ ଏ ମାମଲାରେ କର୍ଣ୍ଣପାତ କରିନାହାନ୍ତି।

ମୋ ପୁଅ ଯିବାର ୪୦ ଦିନ ପରେ ବି ତଦନ୍ତ ଆଗକୁ ବଢ଼ୁନଥିବା ଦେଖି ମୁଁ ପାଟନା ପୋଲିସରେ ଅଭିଯୋଗ କରିଥିଲି। ତା’ପରେ ହିଁ ତଦନ୍ତ ଆଗକୁ ବଢ଼ିଥିବା ସୁଶାନ୍ତଙ୍କ ପିତା କହିଛନ୍ତି। ମୋ ପୁଅର ମୃତ୍ୟୁ ମାମଲାରେ ପାଟନା ପୋଲିସର ତଦନ୍ତ ସଠିକ୍ ଦିଶାରେ ଚାଲିଛି। ଏଥିପାଇଁ ମୁଁ ବିଶେଷ ଭାବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁକୁ ଏହା ଭିତରେ ୫୦ ଦିନ ବିତିଯାଇଥିଲେ ହେଁ, କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ। ଗୋଟିଏ ପଟେ ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ସେପଟେ ମୁମ୍ବାଇ ପୋଲିସ୍ ତରଫରୁ ପାଟନା ପୋଲିସକୁ କୌଣସି ସହାୟତା ମିଳୁନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ସୁଶାନ୍ତ ମାମଲା କେଉଁ ଆଡ଼େ ଗତି କରୁଛି, ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like