କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଷ୍ଟ୍ର ହୋଇଥିବାବେଳେ ମୁମ୍ବାଇର ସ୍ଥିତି ଗମ୍ଭୀର ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ କଡା ପଦକ୍ଷେପ ସ୍ୱରୂପ ସହରରେ ୧୪୪ ଧାରା ଜାରି କରିଛି। ଏହି ଧାରାକୁ ତତ୍କାଳ ଲାଗୁ କରାଯାଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ଯାଏ ରହିବ। ଏହି ସମୟରେ ପୋଲିସ କେବଳ ଅତ୍ୟାବଶ୍ୟକ କାମ ଏବଂ ଏମର୍ଜେନ୍ସିରେ ବାହାରକୁ ଯିବା ପାଇଁ ଅନୁମତି ଦେବ।

ଏହା ପୂର୍ବରୁ ଏପ୍ରିଲ ଏବଂ ମେ’ ମାସରେ କରୋନା ମୁମ୍ବାଇ ସହରରେ ଆତଙ୍କ ସୃଷ୍ଟି କରିଥିଲା। ମେ-ଜୁଲାଇରେ କରୋନାଠାରୁ ମୁମ୍ବାଇ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲା। ହେଲେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ଚାଲିଛି ସହରରେ।

ମହାରାଷ୍ଟ୍ରରେ ଏବେ ୨୪ ଘଣ୍ଟାରେ ୨୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୧, ୨୧, ୨୨୧ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୭, ୯୨, ୮୩୨ ରିକଭରି ହୋଇଥିବାବେଳେ ରାଜ୍ୟରେ ଆକ୍ଟିଭ କେସ୍ ଅଛି ୨, ୯୭, ୫୦୬। ବର୍ତ୍ତମାନ ସୁଦ୍ଧ ରାଜ୍ୟରେ ୩୦, ୮୮୩ ଜଣ କରୋନାରେ ଆଖି ବୁଜି ସାରିଲେଣି।

ବିଶେଷକରି ମୁମ୍ବାଇର ଡେଥ୍‌ ଟୋଲ୍‌ ଚିନ୍ତାର ବିଷୟ ହୋଇଛି। ମୁମ୍ବାଇର ଡେଥ୍ ଟୋଲ ଦେଶର ମୃତ୍ୟୁ ହାରଠାରୁ ଯଥେଷ୍ଟ ଅଧିକ ରହିଛି। ଏପରି ପରିସ୍ଥିତିରେ ଲୋକଙ୍କ ଉପରେ କଟକଣା ଲଗାଇବା ପାଇଁ ପୋଲିସ ସହରରେ ୧୪୪ ଧାରା ଲାଗୁ କରିଛି।

ଆହୁରି ପଢ଼ନ୍ତୁ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

You might also like