ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବଦଳି : ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ
ମୁମ୍ବାଇ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଣ୍ଟିଲିଆ ମାମଲାର ବଢ଼ୁଥିବା ଯାଂଚ ଭିତରେ ଉଦ୍ଧବ ସରକାରଙ୍କ ବଡ଼ ନିଷ୍ପତ୍ତି। ମୁମ୍ବାଇ ପୋଲିସ କମିସନର ପରମବୀର ସିଂହଙ୍କର ବଦଳି କରି ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ସହ ଜଡିତ ଘଟଣାରେ ଅବହେଳା ପାଇଁ ତାଙ୍କୁ ବଦଳି କରି ଦିଆଯାଇଛି। ଏବେ ତାଙ୍କ ସ୍ଥାନରେ ହେମନ୍ତ ନାଗରାଲରେ ମୁମ୍ବାଇର ନୂଆ ପୋଲିସ କମିସନର ପଦ ସମ୍ଭାଳିବେ । ପରମବୀର ସିଂଙ୍କୁ ମହାରାଷ୍ଟ୍ରର ହୋମଗାର୍ଡ଼ ଡିଜି ଭାବେ ବଦଳି କରାଯାଇଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏନେଇ ସୂଚନା ଦେଇଛନ୍ତି।
ସଚିନ ଭାଜେଙ୍କ ଗିରଫଦାରୀର ଗୋଟିଏ ଦିନ ବ୍ୟବଧାନରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ ସରକାର। ମୁକେଶ ଅମ୍ବାନିଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ କାର୍ ରଖିବା ପଛରେ ସଚିନ୍ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୁରାକ ପାଇଥିଲା ଏନ୍ଆଇଏ। ଏନଆଇଏ ପକ୍ଷରୁ ମାରାଥନ ଜେରାପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲାକୁ ନେଇ ସଚିନ୍ଙ୍କ ସଂପୃକ୍ତି ଆସିବା ପରେ ମୁମ୍ବାଇ ପୋଲିସ୍ ଓ ସରକାରଙ୍କ କଡ଼ା ନିନ୍ଦାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସଚିନ୍ ଭାବେ ପରମବୀର ସିଂଙ୍କୁ ରିପୋର୍ଟ କରୁଥିଲେ।
#ବଦଳିଲେ_ପରମବୀର
ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବଦଳି ।
ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର ।
ମହାରାଷ୍ଟ୍ର ହୋମଗାର୍ଡ ଡିଜି ଭାବେ ବଦଳି ହେଲେ ।
ହେମନ୍ତ ନାଗରାଲେ ହେଲେ ମୁମ୍ବାଇର ନୂଆ ପୋଲିସ କମିଶନର ।#ParamBirSingh— ଓଟିଭି (@otvkhabar) March 17, 2021
ସଚିନ ଭାଜେଙ୍କୁ ଗିରଫ କରିବା ପରେ ପରମବୀର ସିଂଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା। ଏହାପୂର୍ବରୁ ମଙ୍ଗଳବାର ଦିନ ପରମବୀର ସିଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ଯେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ, ସେତେବେଳେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି କାର ମିଳିବା ଘଟଣାରେ ମୁମ୍ବାଇର ପୋଲିସ ଅଧିକାରୀ ସଚିନ ବାଜେଙ୍କ ଗିରଫଦାରୀ ମାମଲା ଚର୍ଚ୍ଚାର ବିଷୟ ପାଲଟିଥିଲା।
ସୂଚନାଯୋଗ୍ୟ ଫେବୃଆରୀ ୨୫ରେ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ଘର ପାଖ ରାସ୍ତାରୁ ବିସ୍ଫୋରକ ଗାଡି ଜବତ ହୋଇଥିଲା। ଗାଡି ଭିତରେ ବହୁ ପରିମାଣର ଜିଲେଟିନ୍ ଷ୍ଟିକ ଜବତ କରାଯାଇଥିଲା। ମୁମ୍ବାଇ କାରମିକାଲ ରୋଡ୍ ଗାମଦେବୀ ପୋଲିସ ଷ୍ଟେସନ ନିକଟରେ ସନ୍ଦେହଜନକ ସ୍ଥିତିରେ ଏକ ଗାଡି ଦେଖିବାକୁ ମିଳିଥିଲା। ଛାନଭିନ୍ ପରେ ପୁଲିସ ଗାଡ଼ିର ମାଲିକଙ୍କୁ ମଧ୍ୟ ଠାବ କରିଥିଲା। ଏହାର କିଛିଦିନ ପରେ ସ୍କର୍ପିଓ ମାଲିକ ମୁକେଶ ହିରେନ୍ଙ୍କର ମୃତଦେହ ଥାନେର ମୁବ୍ରାକ କ୍ରିକ୍ ନାଳରୁ ଉଦ୍ଧାର କରାଯାଇଥିଲା। ଏହାପରେ ହିରେନ୍ଙ୍କ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।