ଅନାବଶ୍ୟକ ‘ହୀରୋପନ୍ତୀ’ଙ୍କ ଠାରୁ ଦୂରେଇ ରହିବାକୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡର ଗୁଜବ ଦମ୍ପତି ଦିଶା ପାଟାନି ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍‌ ଦାଖଲ କରିଛି। ମୁମ୍ବାଇରେ ତାଲାବନ୍ଦ ସେମାନେ ବୁଲୁଥିବା ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଏଜେନ୍ସି ANI ରୁ ଏହା ଜାଣିବାକୁ ମିଳିଛି ଯେ ଯେତେବେଳେ ପୋଲିସ ବାନ୍ଦ୍ରାଠାରେ ସେମାନଙ୍କ କାର୍‌କୁ ଅଟକାଇଥିଲା, ଏମାନଙ୍କ ପାଖରେ ବାହାରେ ବୁଲିବା ପାଇଁ କୌଣସି ବୈଧ କାରଣ ନ ଥିଲା। ଏହା ଉପରେ ମୁମ୍ବାଇ ପୋଲିସ ଦିଶା ଓ ଟାଇଗରଙ୍କ କୋଭିଡ ପ୍ରତିବନ୍ଧକକୁ ଉଲ୍ଲଂଘନ ବିଷୟରେ କହିବାକୁ ଯାଇ ଟ୍ୱିଟରର ସାହାରା ନେଇଛି। ଏହି ଦୁଇ ଅଭିନେତା-ଅଭିନେତ୍ରୀଙ୍କ ଦାୟିତ୍ୱହୀନ କାର୍ଯ୍ୟ ଉପରେ ଏକ ମଜାଳିଆ ଉପାୟରେ ବ୍ୟଙ୍ଗ କରାଯାଇଛି।

 

Source : Times Now

ତେବେ ମୁମ୍ବାଇ ପୋଲିସ ନିଜ ଟ୍ୱିଟରେ ଦିଶା ଏବଂ ଟାଇଗରଙ୍କ ନାମ ନେଇ ନାହିଁ। କିନ୍ତୁ ତାଙ୍କ ରେଫରେନ୍ସ ଟ୍ୱିଟରେ ସେ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ରର ନାମ ନେଇ ଏକ ମଜାଳିଆ ଢଙ୍ଗରେ ସୂଚନା ଦେବାନେଇ ଲେଖିଛି। କରୋନା ମହାମାରୀ ବେଳେ ଅନାବଶ୍ୟକ ‘ହୀରୋପନ୍ତୀ’ଙ୍କ ଠାରୁ ଦୂରେଇ ରହିବାକୁ ମୁମ୍ବାଇ ପୋଲିସ ଅନ୍ୟ ଲୋକଙ୍କୁ ମଧ୍ୟ ଚେତାବନୀ ଦେଇଛି।

ଏହି ଟୁଇଟ୍‌ରେ ମୁମ୍ବାଇ ପୋଲିସ ଲେଖିଛି ଯେ ଭାଇରସ ବିରୋଧରେ ଚାଲିଥିବା ‘ଯୁଦ୍ଧ’ରେ ବାନ୍ଦ୍ରା ରାସ୍ତାରେ ‘ମଲଙ୍ଗ’ ପରି  ବୁଲୁଥିବା ବେଳେ ଏହି ଦୁଇ କଳାକାରଙ୍କୁ ଭାରି ପଡିଛି। ବାନ୍ଦ୍ରା ପୋଲିସ ଷ୍ଟେସନରେ ଆଇପିସିର ଧାରା ୧୮୮,୩୪ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅନାବଶ୍ୟକ ହୀରୋପନ୍ତୀ’ରୁ ଦୂରେଇ ରହିବାକୁ ଆମେ ସମସ୍ତ ମୁମ୍ବାଇବାସୀଙ୍କୁ ଅନୁରୋଧ କରୁଛୁ, ଯେପରି କୋଭିଡ୍-୧୯ରେ ଆପଣଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ନ ଆସେ।

ସୂଚନା ଥାଉକି ଏହି ଅଭିନେତାମାନଙ୍କ ନାମ ସିଧାସଳଖ ନିଜ ଟ୍ୱିଟରେ ନ ନେଇ ମୁମ୍ବାଇ ପୋଲିସ ସେମାନଙ୍କ ଚଳଚ୍ଚିତ୍ର ନାମରେ ସେମାନଙ୍କ ବିଷୟରେ ସୂଚନା ଦେଇ କଟାକ୍ଷ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଦିଶା ଓ ଟାଇଗର ଜିମରୁ ଫେରିବା ପରେ ନିଜ କାର୍‌ରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ବୁଲୁଥିଲେ। ଏହି ସମୟରେ ପୋଲିସ ସେମାନଙ୍କ ଗାଡି ଅଟକାଇଥିଲା। ଟାଇଗର କାର ପଛରେ ବସିଥିବା ବେଳେ ଦିଶା ପାଟାନି ଆଗରେ ବସିଥିଲେ। ପଚରାଉଚରା ପରେ ପୋଲିସ ସେମାନଙ୍କୁ ଛାଡି ଦେଇଥିଲା।

ମହାରାଷ୍ଟ୍ରରେ ସାରା ଜୁନ୍ ମାସ ତାଲାବନ୍ଦ ଲାଗୁ ରହିଛି। କେତେକ ଜରୁରୀ ସାମଗ୍ରୀ ଦୋକାନକୁ କେବଳ ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି।

You might also like