ଏଇ ମହାନଗରରେ ଆଜିଠୁ ଗଡ଼ିଲା ଲୋକାଲ୍ ଟ୍ରେନ୍

ମୁମ୍ବାଇ: କରୋନା କଟକଣା ଭିତରେ ଆଜିଠୁ ମୁମ୍ବାଇରେ ଗଡ଼ିଲା ଲୋକାଲ୍ ଟ୍ରେନ୍ । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲଓ୍ୱ ।

ତେବେ ଟ୍ରେନ୍‌ରେ ସାଧାରଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ନାହିଁ । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ହିଁ  ଟ୍ରେନ୍‌ରେ ଯାଇପାରିବେ।  ସେଥିଲାଗି ଯାତ୍ରୀମାନେ ଅଯଥାରେ ଷ୍ଟେସନରେ ଭିଡ଼ ନ ଲଗାଇବାକୁ କୁହାଯାଇଛି ।ଟ୍ରେନ୍ ଯାତ୍ରା ବେଳେ ସମସ୍ତ ପ୍ରକାର କରୋନା କଟକଣାକୁ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।

ସକାଳ ସାଢ଼େ ୫ଟାରୁ ଆରମ୍ଭ ହୋଇଛି ଲୋକାଲ ଟ୍ରେନ୍ ଚଳାଚଳ। ଏହା ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ପ୍ରତି ୧୫ ମିନିଟ୍ ବ୍ୟବଧାନରେ ରହିଛି ଟ୍ରେନ୍ । ତେବେ ଯେଉଁ ଟ୍ରେନ୍ ୧୨ ଶହ ପାସେଞ୍ଜରଙ୍କୁ ନେଇ ଯାତ୍ରା କରିଥାଏ ସେଥିରେ ଏବେ ୭୦୦ ଲୋକଙ୍କୁ ଯିବାର ଅନୁମତି ରହିଛି।

You might also like