ଘରୁ ୧୦ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ପଳାଇଗଲେ ଯୁବତୀ, ପଚାରିଲାରୁ କହିଲେ…..

ମୁମ୍ବଇ: ପ୍ରେମରେ ଅନ୍ଧ ହୋଇ ଯାଇଥିଲେ ମୁମ୍ବାଇର ଏଇ ଯୁବତୀଜଣକ । ଭୁଲିଗଲେ ବାପା-ମା’ ପରିବାର ସହ ତାଙ୍କର ୧୯ ବର୍ଷର ସମ୍ପର୍କ। ପ୍ରେମ ପାଇଁ ଘରୁ ୧୦ ଲକ୍ଷ ଟଙ୍କା ଚୋରି କରି ଲୁଚି ପଳାଇଗଲେ। ସ୍ଥାନୀୟ ପୁଲିସ ତାଙ୍କୁ ରବିବାର ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, କାନ୍ଦିବଲୀ ଗାଁର ଯୁବତୀ ପାଖ ଗାଁର ଜଣେ ଯୁବକ ଅମୀର ନୌଶାଦଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କର ଦେଖା ପ୍ରଥମେ ଉତ୍ତରପ୍ରଦେଶର ଏକ ବିବାହ ଭୋଜିରେ ହୋଇଥିଲା । ଅଗଷ୍ଟ ୩୦ ତାରିଖ ଯୁବତୀ ଜଣକ ଘରୁ ୧୦ ଲକ୍ଷ ଟଙ୍କା ଚୋରାଇ ଆଣିଥିଲେ ଏବଂ ପ୍ରେମିକ ସହ ଫେରାର ହୋଇଯାଇଥିଲେ।

ଘର ଲୋକେ ଟଙ୍କା ଚୋରି ବିଷୟରେ ଜାଣିବା ପରେ କାନ୍ଦିବଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉଭୟଙ୍କୁ ଖୋଜୁଥିଲା। ଶେଷରେ ତାଙ୍କ ମୋବାଇଲ ଫୋନ୍‌ ଟ୍ରାକ କରି ଏକ ଗାଁରୁ ଉଭୟଙ୍କୁ ପାଇଥିଲା। ପୁଲିସ ଯୁବତୀଙ୍କ ପାଖରୁ ୭ ଲକ୍ଷ ଟଙ୍କା ଜବତ କରିଛି।

ତେବେ ଏତେ ଟଙ୍କା ଚୋରାଇ କାହିଁକି ଚାଲି ଆସିଲ ବୋଲି ପଚାରବାରୁ ଯୁବତୀଜଣକ ଉତ୍ତର ଦେଇଥିଲେ ‘ଖାନ ବ୍ୟବସାୟ ଆରମ୍ଭ କରିବେ ବୋଲି ଇଚ୍ଛା କରୁଥିଲେ। ତେଣୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ଚୋରାଇ ଆଣିଥିଲି।’

ଝିଅର ଏପରି ଉତ୍ତର ଶୁଣି ପରିବାର ଲୋକେ ବି ମୁଣ୍ଡରେ ହାତ ଦେଇଛନ୍ତି। ସେ ଯାହା ହେଉ, ପୁଲିସ ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହଜାର କରାଇବା ପରେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଛି।

ଆହୁରି ପଢ଼ନ୍ତୁ

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

You might also like