ଦୁର୍ଘଟଣାଜନିତ କ୍ଷତିପୂରଣ ମାଗିଥିଲେ ୧ ଲକ୍ଷ ଟଙ୍କା, ମିଳିଲା ୧ କୋଟି ୩୫ ଲକ୍ଷ

ମୁମ୍ବଇ:ଦୁର୍ଘଟଣାରେ ଶାରୀରିକ ଅକ୍ଷମ ହେବା କିମ୍ବା କାହାର ଜୀବନ ହରାଇବା ପରିବାର ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତଥାପି ଲୋକେ କ୍ଷତିପୂରଣ ଦାବି କରିଥାନ୍ତି ଆଉ ନ ମିଳିଲେ ରାସ୍ତା ଅବରୋଧ, ଆନ୍ଦୋଳନ କରିଥାନ୍ତି। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ଦୁର୍ଘଟଣାଜନିତ କ୍ଷତିପୂରଣ ପାଇଁ  ମାଗିଥିଲେ ମାତ୍ର ଏକ ଲକ୍ଷ ଟଙ୍କା । ହେଲେ ତାଙ୍କୁ ମିଳିଥିଲା ୧ କୋଟି ୩୫ ଲକ୍ଷ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! କଥାଟା କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ।

ମହରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ରୁହନ୍ତି ୩୦ ବର୍ଷୀୟ ପ୍ରିୟଙ୍କା ରାୟ। ୭ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପରେ ସେ ବଞ୍ଚିଗଲେ ସତ, ହେଲେ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପାରାଲାଇଜ୍‌ ହୋଇଗଲା। ଏହା ପରେ ପରିବାର ଲୋକେ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ମାଗି ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ। ହେଲେ ଟ୍ରିବ୍ୟୁନାଲ ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକଙ୍କୁ ୧ କୋଟି ୩୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ଘଟଣା ଘଟିଥିଲା ୨୦୧୨ ମାର୍ଚ୍ଚ ୩୧ ତାରିଖରେ। ଏକ କାରରେ ପ୍ରିୟଙ୍କା ଓ ତାଙ୍କର ୩ ଜଣ ସାଙ୍ଗ ବସି ଯାଉଥିଲେ। ତାଙ୍କର ଜଣେ ସାଙ୍ଗ ରାହୁଲ ମିଶ୍ରା ଏହି କାର ଚଲାଉଥିଲେ। ହେଲେ ଦୁର୍ଘଟଣାରେ ପ୍ରିୟଙ୍କାଙ୍କ ୩ ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିଲା।  ପ୍ରିୟଙ୍କା ବର୍ତ୍ତି ଯାଇଥିଲେ ବି ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କର ମସ୍ତିଷ୍କରେ ଅନେକ କ୍ଷତ ସୃଷ୍ଟି ହୋଇଥିଲା। ତା ଛଡା ଜଂଘ ହାଡ ମଧ୍ୟ ଭାଙ୍ଗି ଯାଇଥିଲା। ଯାହା ଫଳରେ ସେ ଶାରୀରିକ ଅକ୍ଷମ ହୋଇଗଲେ।

ଦୁର୍ଘଟଣା ପରେ ପ୍ରିୟଙ୍କାଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ୧ ଲକ୍ଷ ଟଙ୍କା ଦାବି କରାଯାଇଥିଲା।

ହେଲେ ଟ୍ରିବ୍ୟୁନାଲ କ୍ଷତିପୂରଣ ହିସାବ କରି ଯେଉଁ ରାୟ ଘୋଷଣା କଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଟ୍ରିବ୍ୟୁନାଲଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସମୟରେ ରାହଲ ନିଶାଗ୍ରସ୍ତ ଥିଲେ। ତେଣୁ ପ୍ରିୟଙ୍କାଙ୍କୁ ତାଙ୍କ ଦରମାର ୮ ପ୍ରତିଶତ ହିସାବରେ ୮୬ ଲକ୍ଷ ୩୯ ହଜାର ଟଙ୍କା ଦେବାକୁ ପଡ଼ିବ । କାରଣ ଦୁର୍ଘଟଣା ସମୟରେ ପ୍ରିୟଙ୍କା ଚାକିରି କରିଥିଲେ ଏବଂ ମାସିକ ୨୫ ହଜାର ଟଙ୍କା ଦରମା ପାଉଥିଲେ। ଏହାବ୍ୟତୀତ ଦୁଇଟି ଡାକ୍ତରଖାନାର ଶୁଳ୍କ ପାଇଁ ୧୫ ଲକ୍ଷ ୧୨ ହଜାର ଦିଆଯିବ। ଏହା ବ୍ୟତୀତ ଟ୍ରିବ୍ୟୁନାଲ କହିଛନ୍ତି, ଦୁର୍ଘଟଣା ସମୟରେ ପ୍ରିୟଙ୍କାଙ୍କୁ ବହୁତ ଶାରୀରିକ ଏବଂ ମାନସିକ କଷ୍ଟ ସହିବାକୁ ପଡ଼ିଛି। ସେ ବାବଦରେ ଅଧିକ ୩ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ପ୍ରିୟଙ୍କା ରାୟଙ୍କ ନାମରେ ୫ ବର୍ଷିଆ ଏକ ଏଫଡି ଫଣ୍ଡ ଖୋଲି ୫୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।  ବାକି ଟଙ୍କା ଚେକ୍‌ ଜରିଆରେ ପରିବାର ଲୋକଙ୍କୁ ଦେବାକୁ କୁହାଯାଇଛି। ଏହି ଟଙ୍କା ଗାଡ଼ି ମାଲିକ ଉଦୟ ଶାହଙ୍କୁ ଦେବାକୁ ପଡ଼ିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

ଆହୁରି ପଢ଼ନ୍ତୁ

ରାମ ମନ୍ଦିର ପାଇଁ ଶୁଭେଚ୍ଛା ଜଣାଇବା ପରେ ହସିନ ଜାହାଁନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

୨ ପ୍ରତିଶତରୁ କମିଲା କରୋନା ମୃତ୍ୟୁହାର

‘କରୋନା ସଂକ୍ରମିତଙ୍କ ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ’

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପରଲୋକରେ ପ୍ରସିଦ୍ଧ ଲେଖକ ଓ ଗୀତିକାର ରାହତ ଇନ୍ଦୋରୀ

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ବିଜେପି ସାଂସଦଙ୍କୁ ଏହି ଦେଶରୁ ଆସିଲା ହତ୍ୟା ଧମକ

ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

You might also like