ଦେଖନ୍ତୁ ସୁନାରେ ଝଟକୁଛନ୍ତି ଗଣେଶ, ଜଗିଛି ଡ୍ରୋନ୍‌ କ୍ୟାମେରା

ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରେ ଧୁମ୍‌ଧାମ୍‌ରେ ଗଣେଶ ପୂଜା ପାଳିତ ହୋଇଛି। ବିଜ୍‌ନେସ୍‌ ସେଣ୍ଟର କହୁଯାଉଥିବା ମୁମ୍ବାଇ ସହରରେ ମଧ୍ୟ ଗଣେଶ ପୂଜା ପାଳିତ ହୋଇଛି। ମହାରାଷ୍ଟ୍ରରେ ଗଣେଶ ପୂଜାର ସ୍ୱତନ୍ତ୍ରତା ସବୁଠାରୁ ଅଲଗା।

ଚଳିତ ବର୍ଷ ଗଣେଶ ପୂଜା ଅବସରରେ ମୁମ୍ବାଇର ସିଅନ୍‌ ଇଷ୍ଟ୍‌ ସ୍ଥିତ ଗଣେଶଙ୍କ ମୂର୍ତ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଏସ୍‌ବି ସେବା ମଣ୍ଡଲ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୭୦ କି.ଗ୍ରା.ରୁ ଅଧିକ ସୁନାରେ ଗଣେଶଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୂଜା ପେଣ୍ଡାଲ୍‌ରେ ଡ୍ରୋନ୍‌ କ୍ୟାମେରା ମଧ୍ୟ ବ୍ୟବହାର କରାଯାଇଛି।

Image Credit: Mumbai Mirror

ସେହିପରି ହାଇଦ୍ରାବାଦରେ ମଧ୍ୟ ଧୁମ୍‌ଧାମ୍‌ରେ ଗଣେଶ ପୂଜା ପାଳିତ ହୋଇଛି। ଖୈରତାବାଦ୍‌ ଗଣେଶ ମଣ୍ଡପ ସବୁଠାରୁ ଆକର୍ଷଣ ଥିଲା। ଭଗବାନ ଗଣେଶଙ୍କ ନିକଟରେ ଭୋଗ ଲାଗି ପାଇଁ ୫୮୦ କିଲୋର ଲଡୁ ଆନ୍ଧ୍ରପ୍ରଦେଶର ଜଣେ ଭକ୍ତ  ଭଗବାନ ଗଣେଶଙ୍କ ନିକଟରେ ଆଣି ପୂଜା କରିଛନ୍ତି। ଏହି ଲଡୁର ନାଁ ରହିଥିଲା ‘ମହା ପ୍ରସାଦମ୍‌’।  ଏହି ଲଡୁ ଭଗବାନ ଗଣେଶଙ୍କ ନିକଟରେ ଭୋଗ ଲାଗିବା ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା।

Image Credit: Hindustan Times

୫୮୦ କି.ଗ୍ରା.ର ଏହି ଲଡୁକୁ ନିର୍ମାଣ କରିବାକୁ ୨୨୦ କି.ଗ୍ରା. ଚିନି, ୧୪୫ କେଜି ଗାଈ ଘିଅ, ୧୭୫ କେଜି ବେସନ, ୨୫ କେଜି କାଜୁ, ୧୩ କେଜି ଆଲ୍‌ମଣ୍ଡ୍‌, ୩ କି.ଗ୍ରା. ଅଳେଇଚ ଇତ୍ୟାଦି ବ୍ୟବହାର କରାଯାଇଥିଲା।

ଆହୁରି ପଢ଼ନ୍ତୁ

କର୍ଣ୍ଣାଟକା ରାଜନୀତି: ରାଜ୍ୟପାଳଙ୍କ ଚିଠି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁମାରସ୍ୱାମୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ୍‌ ଦେଇ ଗିରଫ ହେଲେ ପୂର୍ବତନ ବିଜେପି ବିଧାୟକ

ଯୋଗୀ ସରକାରଙ୍କ ପାଇଁ ଅଡ଼ୁଆ ହେବକି ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ

ଆସାମବାସୀଙ୍କୁ ବନ୍ୟା ଡର ସହିତ ଭୂକମ୍ପ ଝଟ୍‌କା

ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରିବାକୁ ଦାବି

ସୋନ୍‌ଭଦ୍ରା ଗୁଳିକାଣ୍ଡ; ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ୍

ସୁପ୍ରିମକୋର୍ଟରେ ଇସ୍ଲାମ୍‌ ପତାକା ବିବାଦ ପ୍ରସଙ୍ଗ

ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭାରତ ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା ହେବା ପ୍ରସଙ୍ଗରେ ଏମିତି କହିଲେ ପ୍ରଣବ ମୁଖାର୍ଜୀ

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି ରାଜନୀତି

ଇନ୍‌ଷ୍ଟାଗ୍ରାମ୍‌ରେ ବଡ଼ ଧରଣର ତ୍ରୁଟି ଧରିଲେ ଭାରତୀୟ ଯୁବକ

ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

You might also like