ଭାରତ ଫେରିଲେ ପାକିସ୍ତାନ ଜେଲରେ ସଜା କାଟୁଥିବା ହମିଦ ଅନ୍‌ସାରୀ

ମୁମ୍ବାଇ : ପାକିସ୍ତାନ ଜେଲରେ ସଜା କାଟୁଥିବା ଭାରତୀୟ ବାସିନ୍ଦା ହମିଦ୍‌ ନେହାଲ ଅନସାରୀ ମୁକ୍ତ ହୋଇଛନ୍ତି। ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ସେ ତିନିବର୍ଷ ହେଲା ପାକିସ୍ତାନ ଜେଲରେ ଥିଲେ।

୨୦୧୨ମସିହାରେ ପାକିସ୍ତାନକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ୨୦୧୫ରେ ହମିଦଙ୍କୁ ତିନିବର୍ଷ ଜେଲଦଣ୍ଡାଦେଶ ଦିଆଯାଇଥିଲା। ଏହି ଜେଲ ଅବଧି ଡିସେମ୍ବର ୧୫ରେ ଶେଷ ହୋଇଥିଲା।

କିନ୍ତୁ ତାଙ୍କ ପାଖରେ ଆଇନଗତ କାଗଜପତ୍ର ନଥିବାରୁ ସେ ଭାରତ ଫେରି ପାରି ନଥିଲେ। ଆଜି ଭାରତରେ ପହଞ୍ଚିଛନ୍ତି ହମିଦ ଅନସାରୀ। ୱାଘା ସୀମା ଦେଇ ପାକିସ୍ତାନରୁ ଆସିଲେ ହମିଦ୍‌।

You might also like