ସଙ୍କଟ ସମୟର ଦେବଦୂତ : ଔଷଧ କିଣିପାରୁନଥିବା ରୋଗୀଙ୍କୁ ଔଷଧ ପହଞ୍ଚାଉଛନ୍ତି ଡାକ୍ତର ଦମ୍ପତି

ଠିକ୍ ହୋଇଥିବା ରୋଗୀଙ୍କ ଠାରୁ ବଳକା ଔଷଧ ସଂଗ୍ରହ କରୁଛନ୍ତି

ମୁମ୍ବାଇ : ସଙ୍କଟ ସମୟର ଦେବଦୂତ । କରୋନା ରୋଗୀଙ୍କ ପାଇଁ ଭଗବାନ । ପାଲଟିଛନ୍ତି ମୁମ୍ବାଇର ଏକ ଡାକ୍ତର ଦମ୍ପତି । ସେବା ସହ ସାହାଯ୍ୟ ପାଇଁ ଆଗେଇ ଆସି ସୃଷ୍ଟି କରିଛନ୍ତି ମାନବିକତାର ନୂଆ ଉଦାହରଣ । ଔଷଧ କିଣିପାରୁନଥିବା ବିଭିନ୍ନ କରୋନା ରୋଗୀଙ୍କ ଉଦ୍ଦେଶ୍ୟରେ ଏମାନେ ଔଷଧ ସଂଗ୍ରହ କରି ସେମାନଙ୍କ ନିକଟକୁ ପଠାଉଛନ୍ତି । କରୋନା ରୋଗୀ ବ୍ୟବହାର କରୁନଥିବା କିମ୍ବା ସୁସ୍ଥ ହେବାପରେ ବଳକା ରହିଯାଉଥିବା ଔଷଧକୁ ଡାକ୍ତର ମାର୍କସ ରାନେ ଏବଂ ତାଙ୍କ ପତ୍ନୀ ଡାକ୍ତର ରାଇନା ସଂଗ୍ରହ କରୁଛନ୍ତି ।

ମାତ୍ର ୧୦ ଦି ପୂର୍ବରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି କରୋନା ଯୋଦ୍ଧା । ଗତ ୧୦ ଦିନ ଭିତରେ ଏମାନେ ୨୦ କିଲୋ ଔଷଧ ସଂଗ୍ରହ କରିଛନ୍ତି ତାଙ୍କ ଘର ନିକଟ ହାଉସିଂ ସୋସାଇଟିରୁ ଆରମ୍ଭ କରିଥିଲେ ଏହି ଅଭିଯାନ । ଏବେ ପ୍ରାୟ ୧୦୦ଟି ସୋସାଇଟି ଏବଂ ଅନ୍ୟ ସ୍ଥାନରୁ ଏଭଳି ଔଷଧ ସଂଗ୍ରହ କରିଛନ୍ତି । ଏହି ମିଶନର ପରିଚାଳନା ପାଇଁ ଏକ ୮ ଜଣିଆ ଟିମ ମଧ୍ୟ ଗଠନ କରିଛନ୍ତି ଡାକ୍ତର ଦମ୍ପତି ।

ଏକ NGO ସହଭାଗିତାରେ ସବୁ ଔଷଧକୁ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଉଛି । ଔଷଧ କିଣିବାକୁ ଅସମର୍ଥ ଥିବା କିମ୍ବା ବାହାରକୁ ଯାଇପାରୁନଥିବା ବ୍ୟକ୍ତିଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ତେବେ ଡାକ୍ତର ଦମ୍ପତିଙ୍କ ଏହି ଅଭିଯାନ ପାଇଁ  ଚାରିଆଡୁ ପ୍ରଶଂସାର ସୂଅ ଛୁଟୁଛି ।

You might also like