ମୁମ୍ବାଇ ସମେତ ଏହି ସବୁ ସହର ମାର୍ଚ୍ଚ ୩୧ ଯାଏ ଲକ୍‌ ଡାଉନ୍‌

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ଛୁଇଁଛି। ଏହାସହ ୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଏନେଇ ମୁମ୍ବାଇରେ ସତର୍କତାମୂଳକ ପଦକ୍ଷେପ ନେବା ସହିତ ସାରା ମୁମ୍ବାଇରେ ଲକଡାଉନ୍ ଘୋଷଣା କରାଯାଇଛି।

କରୋନା ସତର୍କତା ନେଇ ପୁରା ମୁମ୍ବାଇ ବନ୍ଦ ହେବ।  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ବନ୍ଦ ରହିବ।  ସାରା ମୁମ୍ବାଇରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ। ଆଜି ମଧ୍ୟରାତ୍ରିରୁ ଏହି ନିର୍ଦ୍ଦେଶ ଲାଗୁ କରାଯିବ।

ମୁମ୍ବାଇ ସହ ମହାରାଷ୍ଟ୍ରର ଅନ୍ୟ ପ୍ରମୁଖ ସହର ପୁଣେ ଓ ନାଗପୁରରେ ମଧ୍ୟ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ।

ତେବେ ବନ୍ଦରୁ କିଛି ଅତ୍ୟାବଶ୍ୟକୀୟ ଜିନିଷ ଏବଂ ସେବାକୁ ଏଥିରୁ ବାଦ ଦିଆଯାଇଛି। ଟେଲିକମ, ପାନୀୟ ଜଳ ଯୋଗାଣ, ବ୍ୟାଙ୍କ ଏବଂ ଇଣ୍ଟରନେଟ୍ ସେବା, ରେଲେଓ୍ୱ, ମାଲ ପରିବହନ, ଫଳ ଓ ଖାଦ୍ୟ ସାମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟ, ମେଡିକାଲ କେନ୍ଦ୍ର ବିଦ୍ୟୁତ ଏବଂ ଔଷଧ ଦୋକାନକୁ ବାଦ ଦିଆଯାଇଛି।

ତେବେ ଅତ୍ୟାବଶ୍ୟକ ସେବା ଓ ଯାତାୟାତକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି। ତେବେ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।

ମୁମ୍ବାଇ ସହ ମହାରାଷ୍ଟ୍ରର ଅନ୍ୟ ପ୍ରମୁଖ ସହର ପୁଣେ, ପିମ୍ପରି ଚିଞ୍ଚ୍‌ୱାଡ୍‌ ଓ ନାଗପୁରରେ ମଧ୍ୟ ଲକ୍ ଡାଉନ୍ ଘୋଷଣା ହୋଇଛି। ଏହିସବୁ ସହରର ଅଧିନରେ ଆସୁଥିବା ଅନ୍ତର୍ଜାତୀୟ ବିମାନବନ୍ଦର, ସମସ୍ତ ଦୋକାନ(ଅତ୍ୟାବଶ୍ୟକୀୟ ଦୋକାନକୁ ବାଦ୍‌ ଦିଆଯାଇଛି) ଏବଂ ଅଫିସ ଗୁଡ଼ିକ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ।

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପରିସ୍ଥିତିକୁ ନଜରରେ ରଖି ଦିଲ୍ଲୀର ସମସ୍ତ ମଲ୍‌କୁ ବନ୍ଦ ଘୋଷଣା କରିଛନ୍ତି। ତେବେ ଗ୍ରୋସୋରୀ, ଫାର୍ମାସି, ପରିବା ଦୋକାନ ଖୋଲା ରହିବ।

You might also like