ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି।  ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ରବିବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଲାୟମ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ମୁଲାୟମ ଗୁରୁତର ଅସୁସ୍ଥ ଥିଲେ। ୫ ଦିନ ମଧ୍ୟରେ ମୁଲାୟମ ଏଭଳି ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଗତ ବୁଧବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲ ଅଣାଯାଇଥିଲା।  ସୁସ୍ଥ ହେବାପରେ ଶନିବାର ଘରକୁ ଫେରିଥିଲେ। କିନ୍ତୁ ଏବେ ପୁଣିଥରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ କରାଯାଇଛି।

ତେବେ  ୮୦ ବର୍ଷୀୟ ମୁଲାୟମ ରୁଟିନ ଚେକଅପ ପାଇଁ ମେଦାନ୍ତ ହସ୍ପିଟାଲ ଯାଇଥିଲେ। ହେଲେ ତାଙ୍କର ପେଟ ଓ ପରିସ୍ରା ଜନିତ ସମସ୍ୟା ଦେଖାଦେବାରୁ ଡାକ୍ତର ତାଙ୍କୁ ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ପାର୍ଟି ସୂତ୍ରରୁ କୁହାଯାଇଛି । ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବ।

 

You might also like