ବିଜେପି ଛାଡ଼ି ପୁଣି ଥରେ ଟିଏମ୍‌ସିକୁ ଫେରିଲେ ମୁକୁଲ ରୟ

କୋଲକାତା: ପଶ୍ଚିମବଙ୍ଗର ହେଭିୱେଟ୍ ନେତା ମୁକୁଲ ରୟଙ୍କ ଘର୍ ଓ୍ୱାପ୍ସି। ବିଜେପି ଛାଡ଼ି ସେ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଛନ୍ତି। କୋଲାକାତା କାର୍ଯ୍ୟାଳୟରେ ହୋଇଛି ମିଶ୍ରଣ ପର୍ବ। ଏକଦା ମମତାଙ୍କ ବେଶ ନିକଟତର ଏବଂ ଟିଏମସିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ମୁକୁଲ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ।

ତାଙ୍କୁ ଉପସଭାପତି ପରି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ମଙ୍ଗ ଧରିଥିଲେ ମୁକୁଲ। ଲୋକସଭା ନିର୍ବାଚନରେ ବିଜେପିର ସଫଳତା ପାଇଁ ତାଙ୍କୁ ମିଳିଥିଲା ଶ୍ରେୟ। ତେବେ ବିଧାନସଭା ନିର୍ବାଚନରେ ବିଜେପି ଫେଲ ମାରିବା ପରେ ଦୁଇ ବାପ-ପୁଅ ପୁଣି ଥରେ ଦିଦିଙ୍କ ଶିବିରକୁ ଫେରି ଆସିଛନ୍ତି।

You might also like