୧୦ ବର୍ଷ ଧରି ବଢିନି ମୁକେଶ ଅମ୍ବାନୀଙ୍କ ଦରମା

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଉଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ ପ୍ୟାକେଜ ଦୀର୍ଘ ବର୍ଷ ଧରି ବୃଦ୍ଧି କରାଯାଇ ନାହିଁ । ୨୦୦୮-୦୯ରେ ତାଙ୍କ ବାର୍ଷିକ ପ୍ୟାକେଜ୍‌ ଯେତିକି ସ୍ଥିର କରାଯାଇ ଥିଲା ଏବେ ମଧ୍ୟ ସେତିକି ରହିଛି।

କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ  ଭତ୍ତାକୁ ମିଶାଇ ବାର୍ଷିକ ୧୫ କୋଟି ଟଙ୍କା ଦିଆଯାଉଛି।

୨୦୧୭-୧୮ରେ ଭତ୍ତା ବାବଦରେ କମ୍ପାନୀ ତାଙ୍କୁ ୪.୪୯ କୋଟି ଟଙ୍କା ଦେଉଥିବାବେଳେ ୨୦୧୮-୧୯ରେ ୪.୪୫ କୋଟି ଦେଉଛି।

ତେବେ ବର୍ଷ ଧରି କାହିଁକି ତାଙ୍କର ବେତନ ବୃଦ୍ଧି ହେଉନାହିଁ ?

କାରଣ ପ୍ୟାକେଜ୍ ସ୍ଥିର ରଖିବା ପାଇଁ ୨୦୦୯ରେ ଅମ୍ବାନୀ ନିଜେ ଘୋଷଣା କରଥିଲେ।

ମୁକେଶଙ୍କ ସହ ଫୁଲ ଟାଇମ୍‌ ଡାଇରେକ୍ଟର ଥିବା ହିତଲ ଏବଂ ନିଖିଲ ଦୁହିଁଙ୍କୁ ୨୦୧୭-୧୮ରେ ବାର୍ଷିକ ପ୍ୟାକେଜ ହିସାବରେ ୧୯.୯୯ କୋଟି ଲେଖାଏ ମିଳିଥିବାବେଳେ ୨୦୧୮-୧୯ରେ ୨୦.୫୭ କୋଟି ଲେଖାଏ ମିଳିଛି।

You might also like