ଜେଜେବାପା ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଜେଜେବାପା-ମା’ ହେଲେ।  ବଡ ପୁଅ ମୁକେଶଙ୍କ ବୋହୂ ଶ୍ଳୋକା ଆଜି ଏକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୨୦୧୯ ମାର୍ଚ୍ଚରେ ଆକାଶ-ଶୋଳ୍କାଙ୍କ ବିବାହ ହୋଇଥିଲା। ଉଭୟ ଆକାଶ-ଶ୍ଳୋକା ସ୍କୁଲ ସମୟରୂ ବନ୍ଧୁ। ଦୁହେଁ ଧୀରୁଭାଇ ଅମ୍ବାନୀ ଇଣ୍ଟରନାଶନାଲ ସ୍କୁଲରେ ପଢୁଥିଲେ। ଏନେଇ ଅମ୍ବାନୀ ପରିବାରରେ ଖୁସି ଖେଳିଯାଇଥିବା ଅମ୍ବାନୀ ପରିବାରର ମୁଖପାତ୍ର ସୂଚନା ଦେଇଛନ୍ତି।

ଅମ୍ବାନୀ ପରିବାର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭଗବାନ କୃଷ୍ଣଙ୍କ ଆଶୀର୍ବାଦରୁ ଆକାଶ ଏବଂ ଶ୍ଳୋକା ବାପା ମା’ ହୋଇଛନ୍ତି। ମୁମ୍ବାଇରେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।  

ଆକାଶ ହେଉଛନ୍ତି ମୁକେଶ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ। ହୀରା ବ୍ୟବସାୟୀ ରସେଲ ମହେତା ଓ ମୋନାଙ୍କ ଝିଅ ଶ୍ଲୋକାଙ୍କୁ ସେ ବିବାହ କରିଛନ୍ତି  ।

 

 

You might also like