ସଜେଇ ହେଉଛି ମୋଗଲ ଗାର୍ଡେନ

ଶ୍ରୀନଗର: ଲକ୍ ଡାଉନ୍ ହଟିବା ପରେ ସ୍ବାଭାବିକ ହେଉଛି ଜୀବନଯାତ୍ରା। ଜାମ୍ମୁ ଓ କାଶ୍ମୀରରେ ଥିବା ମୋଗଲ ଗର୍ଡେନକୁ ଏବେ ସୁନ୍ଦର ଭାବେ ସଜା ଗଲାଣି ପର୍ଯ୍ୟଟକଙ୍କ ପାଇଁ। ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ତା ଛଡ଼ା ବିଶ୍ୱ ଐତିହ୍ୟରେ କିପରି ମୋଗଲ ଗାର୍ଡେନ ସ୍ଥାନ ପାଇବ ସେଥିଲାଗି ମଧ୍ୟ କରାଯାଉଛି ଉଦ୍ୟମ ।

ଧୀରେ ଧୀରେ ସ୍ବାଭାବିକ ହେଉଛି ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀର ସହର। କରୋନା କଟକଣା ପ୍ରତ୍ୟାହାର ହେବା ପରେ ଜୀବନଜୀବିକା ପାଇଁ ଲୋକମାନେ ବାହାରକୁ ଆସୁଛନ୍ତି । ଏପରି ସମୟରେ ଲୋକମାନଙ୍କୁ ରୋଜଗାର ଦେବା ପାଇଁ କାଶ୍ମୀର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି

ଏଠାରେ  ଥିବା ୬ଟି ପ୍ରସିଦ୍ଧ ମୋଗଲ ଗାର୍ଡେନ ବିଶ୍ୱ ଏ୍ୟତିହ୍ୟରେ କିପରି ସ୍ଥାନ ପାଇଁ ସେ ନେଇ ପ୍ରସ୍ତୁତ ହେଉଛି ରୂପରେଖ । ବିଶେଷ କରି  କଶ୍ମୀର ସାଲିମାର  ମୋଗଲ ଗାର୍ଡେନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ଏବେ ସଫା କରଯାଉଛି। ନୂଆନୂଆ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଯିବା ସହ ଗଛ ଗୁଡିକର ଯତ୍ନ ନିଆଯାଉଛି । ପାର୍କ ଭିତରେ ଥିବା ପୁରୁଣା ଗଛକୁ ସଫା କରାଯାଇ ନବୀକରଣ ଚାଲିଛି ।

ମୋଗଲ ଗାର୍ଡେନର ସମ୍ପୂର୍ଣ୍ଣ ତଥ୍ୟ ୟୁନେସ୍କୋକୁ ଦିଆଯିବ ଏଥିପାଇଁ ଏକ ଟିମ୍ ଦ୍ୱାରା ତଥ୍ୟ ସଂଗ୍ରହ ଚାଲିଛି ।ୟୁନେସ୍କୋ ପକ୍ଷରୁ ବିଶ୍ୱ ଏ୍ୟତିହ୍ୟର ମାନ୍ୟତା ପାଇବା ପରେ କାଶ୍ମୀରକୁ ପର୍ଯ୍ୟଟକଙ୍କ  ସଂଖ୍ୟା ଅନେକ ପରିମାଣରେ ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକମାନେ ଆଶା ରଖିଛନ୍ତି ।  

ଆହୁରି ପଢ଼ନ୍ତୁ

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

You might also like