ବନଜାତ ସାମଗ୍ରୀର ଏମ୍‌ଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୩ଟି ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି।

କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ ଏ ସଂପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏବଂ ସବୁ ରାଜ୍ୟ ସରକାରଙ୍କୁ ଏହାକୁ ଲାଗୁ କରିବା ପାଇଁ କୁହାଯାଇଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାମଗ୍ରିକ ଭାବେ ଦର ବୃଦ୍ଧି ହେଉଥିବାରୁ ଏହି ସବୁ ସାମଗ୍ରୀର ଏମ୍‌ଏସ୍‌ପିP ବୃଦ୍ଧି କରିବାକୁ ସରକାର ବହୁ ଦିନରୁ ବିଚାର କରୁଥିଲେ।

ତେନ୍ତୁଳି, ମହୁ, କରଂଜ ବିହନ, ଶାଳ ମଂଜି, ଶାଳ ପତ୍ର, ଲାଖ, କୁସୁମ ମଂଜି, ନିମ୍ବ ମଂଜି ଇତ୍ୟାଦି ଲଘୁ ବନଜାତ ସାମଗ୍ରୀର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି।

ସେହିପରି ପ୍ରଥମ ଥର ପାଇଁ ମହୁଲ ଫୁଲ, ତେଜପତ୍ର, ଅର୍ଜୁନ ପତ୍ର ଓ ଜାମୁକୋଳିର ମଞ୍ଜି ପରି ୧୭ଟି ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରିତ କରାଯାଇଛି।

 

You might also like