ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି

ବୌଦ୍ଧ ଭିକ୍ଷୁଙ୍କ ବେଶରେ ଦୃଷ୍ଟିର ଆକର୍ଷଣ କଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ : ଆଇପିଏଲ୍ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ରିଲିଜ କଲା ଷ୍ଟାର ସ୍ପୋର୍ଟସ୍

ବୌଦ୍ଧ ଭିକ୍ଷୁଙ୍କ ବେଶରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମ୍. ଏସ୍. ଧୋନିଙ୍କ ନୂଆ ରୂପ । ବୌଦ୍ଧ ଭିକ୍ଷୁ ବେଶ ହୋଇଛନ୍ତି ସୁପର କୁଲ୍ ଧୋନି । ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ଧୋନୀଙ୍କ ଏଭଳି ବେଶ ରିଲିଜ ହୋଇଛି ।

ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି । ଧୋନି ନିଜର ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କ୍ୟାରିୟର ଆରମ୍ଭରେ ଧୋନିଙ୍କ ଲମ୍ବାକେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କର ସେହି ଷ୍ଟାଇଲିସ ଲୁକ୍ କ୍ରିକେଟ ଫ୍ୟାନ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଆଉ ଏବେ ନିଜ କ୍ୟାରିୟର ସାୟାହ୍ନରେ ନୂଆ ରୂପରେ ଧୋନିଙ୍କ ଆବିର୍ଭାବ ହୋଇଛି ।

ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ଧୋନିଙ୍କ ଏଭଳି ବେଶ ରିଲିଜ ହୋଇଛି । ଧୋନି ଯେତେବେଳେ ବି ପଡିଆକୁ ଓହ୍ଲାନ୍ତି ଦର୍ଶକମାନେ ତାଙ୍କ ଠାରୁ ସ୍ମରଣୀୟ ଇନିଂସ ଆଶା ରଖିଥାନ୍ତି । ପଡିଆରେ ସବୁବେଳେ କୁଲ ରହୁଥିବା ଧୋନିବି ଫ୍ୟାନ ମାନଙ୍କୁ ନିରାଶ କରି ନଥାନ୍ତି  । ଟିମ ଯେତେବେଳେ କଠିନ ପରିସ୍ଥିତିର ସାମ୍ନା କରିଥାଏ ଧୋନି ସେତେବେଳେ ସାଥି ଖେଳାଳିମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥାନ୍ତି  । ଶାନ୍ତ ସ୍ୱଭାବର ଧୋନି ପଡିଆରେ କେବେ ରାଗିବା ଦେଖା ଯାଇ ନଥାଏ ।

କ୍ରିକେଟର ସବୁ ଫର୍ମାଟରେ ଟିମ୍ ଇଣ୍ଡିଆର ସେ ନେତୃତ୍ୱ ନେଇଛନ୍ତି ।  ଚେନ୍ନାଇର ସୁପର କିଙ୍ଗସର ନେତୃତ୍ୱ ନେଉଥିବା ମହେନ୍ଦ୍ର ସିଂ ଧୋନି ଆଇପିଏଲ ମ୍ୟାଚରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିବାର ନଜିର ରହିଛି । କିନ୍ତୁ ୨୦୨୦ ଆଇପିଏଲ ଧୋନିଙ୍କ ପାଇଁ ସେତେ ଭଲ ନଥିଲା । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫକୁ ଉନ୍ନୀତ ହୋଇ ପାରିନଥିଲା । ତେଣୁ ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲରେ ଧୋନି ପୁଣି ଥରେ ତାଙ୍କ ଫର୍ମ ଫେରି ପାଇବା ସହ ଚେନ୍ନାଇକୁ ଆଉ ଥରେ ଟାଇଟଲ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ଆଇପିଏଲ ପକ୍ଷରୁ ସୋସିଆଲ ମିଡିଅରେ ରିଲିଜ କରାଯାଇଥିବା ଭିଡିଓରେ ଧୋନି କୁନି କ୍ରିକେଟର ମାନଙ୍କୁ ଲୋଭର ଅପକାରିତା ସମ୍ପର୍କରେ ବୁଝାଉଛନ୍ତି । କିନ୍ତୁ ବିଜୟ ପାଇଁ ଖେଳାଳିମାନଙ୍କ ମନରେ ଯେଉଁ ଲୋଭ ଥାଏ, ତାହା ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ ବୋଲି ଭିଡିଓରେ ଦର୍ଶାଯାଇଛି ।

ଆହୁରି ପଢନ୍ତୁ : କ୍ରିକେଟର ଇଶାନଙ୍କ ଡେବ୍ୟୁ ପୂର୍ବରୁ ନିଜ ତ୍ୱଚାରେ ରକ୍ତ ଲଗାଇଲେ ଗର୍ଲଫ୍ରେଣ୍ଡ

You might also like