କୁକୁଡ଼ା ପାଳନର ସ୍ୱପ୍ନକୁ ଭାଙ୍ଗିଦେଲା ବାର୍ଡ ଫ୍ଲୁ….ଜାଣନ୍ତୁ କଣ ରହିଛି ପୂରା ଘଟଣା

କଲବଲ କଲାଣି ବାର୍ଡ ଫ୍ଲୁ

ଇନ୍ଦୋର: କଲବଲ କଲାଣି ବାର୍ଡ ଫ୍ଲୁ। ମହାମାରୀ ପରି ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ। କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର କାୟା ବିସ୍ତାର କରୁଛି ଏହି ରୋଗ। ତେବେ ମିଳିଥିବା ସୂଚନା ଅନୁସାରେ, ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ତେବେ ମାହୀଙ୍କ ଏହି ଯୋଜନା ଅନୁସାରେ କୁକୁଡା ଫାର୍ମ ପାଇଁ ପାଖାପାଖି ୨୫ ଶହରୁ ଅଧିକ କୁକୁଡା କିଣିବାକୁ ଅର୍ଡର ଦିଆଯାଇଥିଲା। କିନ୍ତୁ ବାର୍ଡ ଫ୍ଲୁ ସବୁ ଆଶାକୁ ଭାଙ୍ଗି ଚୁରମାର କରିଦେଇଛି। ବାର୍ଡ ଫ୍ଲୁ ପାଇଁ ଧୋନୀଙ୍କ ଫାର୍ମ ଲାଗି ବରାଦ ଦିଆଯାଇଥିବା ପାଖାପାଖି ୨୫୦୦ କଡକନାଥ କୁକୁଡ଼ାକୁ ମଧ୍ୟପ୍ରଦେଶ ସରକାର ମାରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ରାଞ୍ଚିରେ ଫାର୍ମ ହାଉସ କରିଥିବା ଧୋନୀ ନଭେମ୍ବର ମାସରେ ଏକ କୁକୁଡ଼ା ଫାର୍ମକୁ କଡ଼କନାଥ କୁକୁଡ଼ା ପାଇଁ ଅର୍ଡର ଦେଇଥିଲେ। ତେବେ ମାହୀଙ୍କ ଅର୍ଡର ଅନୁସାରେ ତାଙ୍କୁ ଖୁବଶୀଘ୍ର ଏହି କୁକୁଡା ବି ମିଳିଥାଆନ୍ତା। କିନ୍ତୁ ବାର୍ଡ ଫ୍ଲୁ କାରଣରୁ ସବୁ ଓଲଟପାଲଟ ହୋଇଗଲା। ତେବେ ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଦେଢ଼ ହଜାରରୁ ଅଧିକ କୁକୁଡ଼ାଙ୍କର ଅଚାନକ ମୃତ୍ୟୁ ହୋଇଯାଇଥିଲା।

ତେଣୁ ଏହାପରେ ସ୍ଥାନୀୟ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ଫାର୍ମରେ ପହଂଚି ସମସ୍ତ କୁକୁଡ଼ାଙ୍କୁ ମାରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶର ୧୯ ଟି ଜିଲ୍ଲାରେ ବାର୍ଡ଼ ଫ୍ଲୁ ଦେଖିବାକୁ ମିଳିଥିବା ବେଳେ ରାଜ୍ୟର ୪୨ ଟି ଜିଲ୍ଲାରୁ ପ୍ରାୟ ୨୧୦୦ କାଉ ଏବଂ ବଣୁଆ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୋଟ ଉପରେ କହିବାକୁ ଗଲେ ବାର୍ଡ ଫ୍ଲୁ ପାଇଁ ହିଁ ଧୋନୀଙ୍କ କୁକୁଡା ଫାର୍ମରେ କୁକୁଡା ପାଳନ ସାମୟିକ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି।

ତେବେ କ୍ରିକେଟ୍ ପରେ ଏବେ ଫାର୍ମିଂରେ ମନୋନିବେଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି। କ୍ରିକେଟରେ ଧାମାକା କରିବା ପରେ ଫାର୍ମିଂରେ କିଛି ଧମାକା କରିବାକୁ ଚିନ୍ତା କରୁଛନ୍ତି ମାହି। ନିଜ ବାଡିରେ ଥିବା ଫାର୍ମ ହାଉସରେ ଚାଷ ଆରମ୍ଭ କରିଛନ୍ତି। କେବଳ ଯେ, ଚାଷ ଆରମ୍ଭ କରିଛନ୍ତି ତାହା ନୁହେଁ ବରଂ ଅମଳ ହୋଇଥିବା ଫସଲକୁ ନେଇ ବଜାରରେ ବିକ୍ରି କରୁଛନ୍ତି ମାହି। ନିଜ ଫାର୍ମାରେ ଅର୍ଗାନିକ ପ୍ରଣାଳୀରେ ଚାଷ କରୁଛନ୍ତି। ଗୋଟିଏ ପଟେ କ୍ରିକେଟରେ ଧୋନୀଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି, ସେପଟେ ନିଜେ ଚାଷ କରି ମାର୍କେଟରେ ଯଦି ଫସଲ ବିକିବେ ତେବେ ତାକୁ ନେବ ନାହିଁ ବା କିଏ?
କେବଳ ଏତିକି ନୁହେଁ ବରଂ, ଖୁବଶୀଘ୍ର ଧୋନୀଙ୍କ ଫାର୍ମରୁ ଷ୍ଟ୍ରବେରୀ ଓ ଅଣ୍ଡା ଉତ୍ପାଦନ କରାଯିବ। ତେବେ ନିଜର ବ୍ୟସ୍ତତା ଜୀବନ ମଧ୍ୟରେ ବି ନିଜେ ଫାର୍ମର ଦେଖାଶୁଣା କରୁଛନ୍ତି ମାହୀ। ତେବେ କ୍ରିକେଟରେ ଯେଉଁ ପରି ଭାବରେ ଧ୍ୟାନ ଦେଇ ଦେଶ ପାଇଁ ଅନେକ ଆୱାର୍ଡ ଆଣିଛନ୍ତି, ଠିକ ସେହିପରି ଫାର୍ମ ହାଉସ କରି ସୂଲଭ ମୂଲ୍ୟରେ ଫସଲ ବିକ୍ରି କରି ରାଞ୍ଚିବାସୀଙ୍କ ମନ ଜିତିପାରିଛନ୍ତି ମହେନ୍ଦ୍ର ସିଂ ଧୋନୀ।
You might also like