କ୍ଷେତରେ ଚାଷ କରୁଛନ୍ତି ଧୋନି, ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ କ୍ରିକେଟ୍‌ ଓ ତା’ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି। ଏପରିକି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍‌ ଜଗତର ତାରକାମାନେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ‌ ଧୋନି ନିଆର କାମ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଧୋନିଙ୍କ ଏକ ଟ୍ରାକ୍ଟର ସାହଯ୍ୟରେ ଫାର୍ମ ହାଉସରେ ଚାଷ କରୁଥିବା ଦେଖିବାକୁ ମିଳୁଛି।

 

View this post on Instagram

 

Exclusive Video Of Mahi Bhaiya Enjoying Doing Organic Farming !! ❤

A post shared by MS Dhoni Fans Club (@dhoni.bhakt) on

ଖବର ଅନୁଯାୟୀ, ଆଇପିଏଲ୍‌ ଫ୍ରାଞ୍ଚାଇଜି ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍‌ସର କ୍ୟାପଟେନ୍ ଧୋନି ଲକ୍‌ଡାଉନ୍‌ ଯୋଗୁ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସରେ ପରିବାର ସହ ସମୟ ବିତାଉଛନ୍ତି। ଧୋନି କିଛି ଦିନ ପୂର୍ବରୁ ନିଜ ଫାର୍ମ ହାଉସରେ ଚାଷ କରିବା ପାଇଁ ଏକ ଟ୍ରାକ୍ଟର କିଣିଥିଲେ। ବର୍ତ୍ତମାନ ଧୋନି ସେହି ଟ୍ରାକ୍ଟରକୁ ଅର୍ଗାନିକ୍‌‌ ଚାଷ ପାଇଁ ବ୍ୟବହାର କରୁଛନ୍ତି। ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

NBT

 

View this post on Instagram

 

❤️

A post shared by Sakshi Singh Dhoni (@sakshisingh_r) on

ଭିଡିଓରେ ଧୋନିଙ୍କୁ ଏକାକୀ ଟ୍ରାକ୍ଟର ଚଳାଉଥିବାର ଦେଖିବାକୁ ମିଳୁଛି। ଭିଡିଓର କ୍ୟାପସନରେ ଲେଖାଯାଇଛି, ‘ଧୋନି ରାଞ୍ଚିରେ ଥିବା ନିଜ ଫାର୍ମ ହାଉସରେ ଅର୍ଗାନିକ୍ ଚାଷ କରୁଛନ୍ତି।’ ଧୋନି କିଣିଥିବା ଟ୍ରାକ୍ଟରର ନାଁ ହେଉଛି ମହିନ୍ଦ୍ରା ସ୍ୱରାଜ ୯୬୩ ଏଫ୍‌ଇ (mahindra swaraj 963 FE)। ଯାହାର ମୂଲ୍ୟ ପ୍ରାୟ ୮ଲକ୍ଷ। କିଛି ଦିନ ପୂର୍ବେ ଧୋନିଙ୍କୁ ନିଜ ଝିଅ ଜିଭା ସହ ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଧୋନି ଜିଭାଙ୍କୁ ଗାଡ଼ିରେ ବସାଇ ବୁଲାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like