ମୌସୁମୀ ଅଧିବେଶନ ପୂର୍ବରୁ ସବୁ ସାଂସଦଙ୍କର ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ହେଲେ ତା  ପୂର୍ବରୁ ସବୁ ସାଂସଦଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଏହି  ଟେଷ୍ଟ କରାଯିବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ।

ସାଂସଦଙ୍କ ସହ ସେମାନଙ୍କ ଷ୍ଟାଫ୍ ଓ ପରିବାର ଲୋକଙ୍କ ବି ନମୂନା ପରୀକ୍ଷା କରାଯିବ। ଏଥି ସହିତ ଖବର ସଂଗ୍ରହ ପାଇଁ ଆସିବାକୁ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଟେଷ୍ଟ ହେବ ବୋଲି କୁହାଯାଇଛି। ସୂଚନାଥାଉ କି, ଲୋକସଭା ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକ ପରେ ବାଚସ୍ପତି ସମସ୍ତ ସଦସ୍ୟଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ପରାମର୍ଶ ଦିଆଯିବ ବୋଲି କହିଥିଲେ।

ସଂସଦର କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ଏଥିପାଇଁ ଖୁବ୍‌ ଶିଘ୍ର ଗାଇଡ୍‌ ଲାଇନ ଆସିବ। ଏପରିକି ଲୋକ ସଭା ଓ ରାଜ୍ୟ ସଭାରେ ମିଡ଼ିଆ ପ୍ରତିନିଧିଙ୍କ ସଂଖ୍ୟା ମଧ୍ୟ ହ୍ରାସ କରାଯିବ ବୋଲି ବାଚସ୍ପତି କହିଥିଲେ।

ସୂଚନାଥାଉ କି, ସଂସଦର ଏହି ଅଧିବେଶନ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

You might also like