ନବଜାତ ଶିଶୁର ନାଁ ‘ଲକ୍‌ଡାଉନ୍‌’

ଭୋପାଲ: ମଧ୍ୟପ୍ରଦେଶର ଶୋୟପୁର ଜିଲ୍ଲାର ଆଦିବାସୀ ବିକାଶ ଅଞ୍ଚଳରେ କରାହଲର ବଛେରୀ ଗ୍ରାମରେ ସୋମବାର ଜନ୍ମ ହୋଇଥିବା ଏକ ଶିଶୁକୁ ତାଙ୍କ ପିତାମାତା ‘ଲକଡାଉନ୍’ ନାମରେ ନାମିତ କରିଛନ୍ତି। ସେ କହିଛନ୍ତି ଯେ କରୋନା ଭାଇରସ ମହାମାରୀରକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ମନେରଖିବା ପାଇଁ ସେ ତାଙ୍କ ପୁଅର ନାମ “ଲକଡାଉନ୍” ରଖିଛନ୍ତି।

ବଛେରୀ ଗାଁର ରଘୁନାଥ ମାଲିଙ୍କ ପତ୍ନୀ ମଞ୍ଜୁ ଗତ ସୋମବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଜନ୍ମ ପରେ ମଞ୍ଜୁ ଏବଂ ତାଙ୍କ ସ୍ୱାମୀ ସେମାନଙ୍କର ନବଜାତ ପୁତ୍ରର ନାମ “ଲକଡାଉନ୍” ରଖିଥିଲେ।

You might also like