ଦୀପାବଳିରେ ବାଣ ଫୁଟି ସାଂସଦଙ୍କ ନାତୁଣୀଙ୍କ ମୃତ୍ୟୁ

ପ୍ରୟାଗରାଜ: ଦୀପାବଳି ଅବସରରେ ବାଣ ଫୁଟାଉଥିବା ବେଳେ ଗୁରୁତର ଆହତ ହୋଇଥିବା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ୬ ବର୍ଷୀୟ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ କିୟାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଘରର ଛାତ ଉପରେ ବାଣ ଫୁଟାଇବା ସମୟରେ ନିଆଁ ଲାଗି ଯିବାରୁ କିୟା ଗୁରୁତର ଆହତ ହୋଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। କିୟାଙ୍କ ଶରୀରର ୬୦% ଅଂଶ ପୋଡ଼ି ହୋଇଯାଇଥିଲା। 

ରୀତା ବହୁଗୁଣାଙ୍କ ପୁଅ ମୟଙ୍କ ଯୋଶୀଙ୍କ ଏକ ମାତ୍ର ଝିଅ ଥିଲେ କିୟା।

You might also like