ବିଲ୍‌ ଦେଇ ନପାରିବାରୁ ମେଡିକାଲ ବେଡ୍‌ରେ ବନ୍ଧାହେଲେ ବୃଦ୍ଧ

ଶାଜାପୁର: ବିଲ୍ ଦେଇନପାରି ବେଡ୍‌ରେ ବନ୍ଧା ହେଲେ ବୃଦ୍ଧ। ବୃଦ୍ଧଙ୍କୁ ବେଡ୍‌ରେ ବାନ୍ଧି ବନ୍ଧକ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ କୋଭିଡ୍ ଯୋଦ୍ଧା କୁହାଯାଉଥିବା ବେଳେ, ହସ୍ପିଟାଲର ଏଭଳି ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ଶାଜାପୁରରୁ ହସ୍ପିଟାଲ କର୍ମଚାରୀମାନେ ବୃଦ୍ଧଙ୍କ ହାତ ଗୋଡ଼ ଦଉଡ଼ିରେ ବାନ୍ଧିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ, ବୃଦ୍ଧାଙ୍କ ନାଁ ଲକ୍ଷ୍ମୀନାରାୟଣ। ଲକ୍ଷ୍ମୀନାରାୟଣଙ୍କୁ ଜିଲ୍ଲା ଡାକ୍ତରଖାନା ଶାଜାପୁର ଜିଲ୍ଲା ସିଟି ଡାକ୍ତରଖାନାକୁ ରେଫର କରିଥିଲା। ଉକ୍ତ ଡାକ୍ତରଖାନାରେ ହୋଇଥିବା ଚିକିତ୍ସା ଖର୍ଚ୍ଚ ବାବଦକୁ ଟଙ୍କା ଜମା କରିବା ପରେ ରୋଗୀଙ୍କୁ ନେବା ପାଇଁ କହିଥିଲେ। ତେବେ ବିଲ୍ ଦେଇ ନପାରିବାରୁ ହସ୍ପିଟାଲ କର୍ମଚାରୀ ଦଉଡିରେ ବାନ୍ଧି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ବୃଦ୍ଧଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହା କରିବା ଆବଶ୍ୟକ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଏନେଇ କର୍ତ୍ତୃପକ୍ଷ କହିଛନ୍ତି ଯେ ରୋଗୀ ଯେପରି ନିଜ ଶରୀରକୁ କୌଣସି କ୍ଷତି ନଘଟାନ୍ତୁ, ସେନେଇ ତାଙ୍କୁ ବେଡ୍‌ରେ ବନ୍ଧା ଯାଇଥିଲା।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ଟ୍ୱିଟ୍‌ରେ କହିଛନ୍ତି ଯେ ‘ଶାଜାପୁରର ଏକ ଡାକ୍ତରଖାନାରେ ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ଏଭଳି ଘଟଣା ମୁଁ ଦେଖିବାକୁ ପାଇଛି। ଯିଏ ଏଭଳି କାର୍ଯ୍ୟ କରିଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ଅନ୍ୟପଟେ କଲେକ୍ଟର ସିଏଚ୍‌ଏମଓକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like